ଏବେ କେମିତି ଦେବେ ବାକି ପରୀକ୍ଷା? ମାଟ୍ରିକ ପରୀକ୍ଷା ସମୟରେ ଦୁର୍ଘଟଣାର ଶୀକାର ହେଲେ ଛାତ୍ରଛାତ୍ରୀ

Spread the love

ମାଟ୍ରିକ ପରୀକ୍ଷା ଲାଗି ପ୍ରସ୍ତୁତି କରିଥିଲେ। ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ହେଲେ ବାଟରେ ଅପେକ୍ଷା କରିଥିଲା ଦୁର୍ଘଟଣା। ଅଟୋରେ ପରୀକ୍ଷା କେନ୍ଦ୍ରକୁ ଯାଉଥିଲା ବେଳେ ଅଟୋଟି ଓଲଟି ପଡ଼ିଲା। କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ କେରେମେଟି ଆବାସିକ ବିଦ୍ୟାଳୟରୁ କାଉଡ଼ିଆଗୁଡ଼ା ସ୍କୁଲକୁ ଯାଉଥିଲା ବେଳେ ଅଟୋ ଓଲଟିଯିବାରୁ ୮ଜଣ ଆହତ ହୋଇଥିଲେ। ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିଲା ବେଳେ ତାଙ୍କୁ ଜୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବାକି ୭ଜଣ ଛାତ୍ରୀଙ୍କୁ କୁନ୍ଦ୍ରା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆମ୍ୱୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। କଙ୍କିଳି ହାଇସ୍କୁଲର ଛାତ୍ର ଅମରେଶ ନିଜ ବାପା ଓ ସଂପର୍କୀୟଙ୍କ ଭାଇଙ୍କ ସହ ବାଇକ ଯୋଗେ ପରୀକ୍ଷା ସାରି ନିଜ ଗାଁକୁ ଫେରୁଥିଲା ବେଳେ ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଏକ ଆମ୍ୱୁଲାନ୍ସ ସହ ଧକ୍କା ହୋଇଥିଲା। ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଦୁର୍ଘଟଣାର ଶୀକାର ହୋଇଥିବା ଛାତ୍ରଛାତ୍ରୀ ବାକି ପରୀକ୍ଷା କେମିତି ଦେବେ, ତାକୁ ନେଇ ଚିନ୍ତା ପଶିଥିଲା ବେଳେ ଏ ଦିଗରେ ଶିକ୍ଷା ବିଭାଗ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

Leave a Reply

Your email address will not be published. Required fields are marked *