ଅପରାଧଜାତୀୟ

ଚାକିରି ପାଇଁ ଯାଉଥବା ବୋହୂକୁ ଇଟାରେ ମାରିଲା ଶଶୁର

ନୂଆଦିଲ୍ଲୀ :ଚାକିରି କରି ସ୍ୱାମୀକୁ ସାହାଯ୍ୟ କରିବାକୁ ଚାହୁଁଥିବା ବୋହୂକୁ ଇଟାରେ ମାରି କ୍ଷତାକ୍ତ କଲା  ଶଶୁର । ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଅଭାବନୀୟ ଘଟଣା ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଝିଅପିଲା ବାହାରକୁ ଚାକିରି କରିବାକୁ ଯିବା ଅପରାଧ ମଣୁଥିବା ଶଶୁର ନିଜ ବୋହୂର ଚାକିରି କରିବା କଥାକୁ ବିରୋଧ କରି ଇଣ୍ଟରେଭିୟୁକୁ ଯିବା ବାଟରେ ଇଟାରେ ଆକ୍ରମଣ  କରିଛି ।

ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ 26 ବର୍ଷିୟା ବୋହୂ କାଜଲ ନିଜ ସ୍ୱାମୀକୁ ଆର୍ଥିକ କ୍ଷେତ୍ରରେ ସାହଯ୍ୟ କରିବାପାଇଁ  ଚାକିରି କରିବା କଥା ତାଙ୍କ ଘରେ କହିଥିଲେ । ଯେଉଁଥିରେ ତାଙ୍କର ଶଶୁର ରାଜିନଥିଲେ । କିନ୍ତୁ ସେ ଶିକ୍ଷିତ ଥିବାରୁ ତାଙ୍କ ଶଶୁରଙ୍କ କଥା ନଶୁଣି ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ବାହାରିଥିଲେ । ଯିବା ବାଟରେ ଶଶୁର ରାଗିଯାଇ ବୋହୂକୁ ଇଟାରେ ଆକ୍ରମଣ କରିଥିଲେ ।

ଆକ୍ରମଣରେ ବୋହୂ କ୍ଷତାକ୍ତ ହୋଇଥିବାର ଜଣାପଡିଥିଲା  । କାଜଲଙ୍କ ସ୍ୱାମୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଯେଉଁଠାରେ ତାଙ୍କ ମୁଣ୍ଡରେ 15ଟି ଷ୍ଟିଜ ପଡିଥିବା କଥା ଜଣା ପଡିଛି । ତେବେ ଏନେଇ କାଜଲଙ୍କ ବାପା ଫରିଦାବାଦ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Related Articles

Leave a Reply

Your email address will not be published.

Back to top button