attack

  • ପୁଣି ରାଜଧାନୀରେ ଅଣଛାତ୍ରଙ୍କ ଆତଙ୍କ

    ଭୁବନେଶ୍ୱର: ପୁଣି ରାଜଧାନୀରେ ଅଣଛାତ୍ରଙ୍କ ଆତଙ୍କ l କିଛି ଦିନ ବ୍ୟବଧାନରେ ବିଜେବି କଲେଜରେ ପୁଣି ଥରେ ଛାତ୍ରଙ୍କ ଉପରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି l କ୍ରିକେଟ ଖେଳକୁ କେନ୍ଦ୍ର କରି ଛାତ୍ର ଓ ଅଣଛାତ୍ର ମଧ୍ୟରେ ମାରପିଟ ହୋଇଛି । ଏହି ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ 4 ଜଣଙ୍କୁ ଅଟକ ରଖି ବଡ଼ଗଡ଼ ଥାନା  ପୋଲିସ ତଦନ୍ତ ଜାରି ରଖିଛି ।

    ସୂଚନା ଅନୁଯାୟୀ ସକାଳ ସମୟରେ ଆମ୍ବେଦକର ଛାତ୍ରବାସର କିଛି ଛାତ୍ର ପଡିଆରେ କ୍ରିକେଟ ଖେଳୁଥିବା ବେଳେ ୨୦ରୁ ୩୦ ଜଣ ଅଣଛାତ୍ର ସେଠାକୁ ଆସିଥିଲେ । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ପରେ କ୍ୟାମ୍ପସ ଗ୍ରାଉଣ୍ଡରେ ଗୋଡ଼ାଇ ଗୋଡ଼ାଇ  3 ଛାତ୍ରଙ୍କୁ ହାଣିଥିଲେ ଅଣଛାତ୍ର l ତେବେ ଗୁରୁତର ମାନଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି । ଘଟଣାର ତଦନ୍ତ ପାଇଁ ବଡଗଡ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • ନିଶାଶକ୍ତ ଯୁବକଙ୍କର ଉନ୍ମତ୍ତ କାଣ୍ଡ

    ଯାଜପୁର: ନିଶାରେ ବାପା ପୁଅକୁ ମରଣାନ୍ତକ ଆକ୍ରମଣ । ଖରାପ ଭାଷାରେ ଗାଳିଗୁଲଜ କରୁଥିବା ମଦ୍ୟପ ଯୁବକକୁ ଅଟକାଇବାରୁ ଘଟିଛି ଏପରି କାଣ୍ଡ । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ଯାଜପୁର ରୋଡ ଥାନା ଅଧୀନ ବାଳୁଙ୍ଗା ବନ୍ଦୀ ଗ୍ରାମରେ । ମୃତ ଯୁବକ ଜଣକ ହେଲେ ମଦନ ମଳିକ । ବାପା ସୁକାନ୍ତ ମଳିକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା । ଘଟଣା ସ୍ଥଳରେ ପୋଲିସର ଯାଞ୍ଚ ଆରମ୍ଭ ।

    ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ 9 ଟା ସମୟରେ ସୁକାନ୍ତ ମଳିକ ନିଜ ଦାଣ୍ଡରେ ବସିଥିଲେ । ଏତିକବେଳେ ଗଣେଷ ମଦ୍ୟପାନ କରି ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । ଏହାକୁ ଦେଖି ସୁକାନ୍ତ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ ଓ ଅଟକାଇବାକୁ ଚେଷ୍ଟା କରୁଥଲେ । ଏଥିରେ ଗଣେଷ ଉତ୍ୟକ୍ତ ହୋଇ ସୁକାନ୍ତଙ୍କୁ ପ୍ରବଳ ମାଡ ମାରିଥିଲେ । ବାପାଙ୍କୁ ମାଡ ଖାଉଥିବାର ଦେଖି ପୁଅ ମଦନ ଦୌଡିଆସି ଏହାକୁ ଅଟକାଇବାକୁ ଚେଷ୍ଟାକରିଥିଲେ । ଏଥର ଗଣେଷ ଏକ ଛୁରୀ ବାହାର କରି ବାପା ଓ ପୁଅକୁ ଉଭୟଙ୍କୁ ଛୁରୀରେ ଆକ୍ରମଣ କରିଥିଲା  ।ଯେଉଁଥିରେ ସେମାନେ ଆହତ ହୋଇଥିଲେ ।  ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଆସି ବାପା ଓ ପୁଅ ଉଭୟଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

  • କଲେଜରେ ଅଣଛାତ୍ରଙ୍କ ଗୁଣ୍ଡାରାଜ

    ଭୁବନେଶ୍ୱର: କଲେଜ ଭିତରେ ତୁମୁଳ କାଣ୍ଡ । ସମସ୍ତଙ୍କ ଉପସ୍ଥିତିରେ  କଲେଜ ଭିତରେ ପଶି ମାଡ ମାରିଲେ ଅଣଛାତ୍ର । ଅଣଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ତିନି ପ୍ରଥମ ବର୍ଷର 3 ଛାତ୍ର ଆହତ । ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଇଥିବା ସୂଚନା । ଏପରି କାଣ୍ଡ ଦେଖିବାକୁ ମିଳିଛି ରାଜଧାନୀର ମହର୍ଷି କଲେଜରେ ।

    ଆଜି ସକାଳ ସମୟରେ କିଛି ଅଣଛାତ୍ର କଲେଜ ଭିତରକୁ ପଶିଆଶି 3ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଯେଉଁଥିରେ ଆହାତ ହୋଇ ଜଣେ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆକ୍ରମଣ କରିଥିବା ଛାତ୍ରମାନେ ଝାଡପଡା ଅଞ୍ଚଳର ବୋଲି ଜଣାପଡିଛି ।

    ସୂଚନା ମୁତାବକ ଦୁଇଦିନ ପୂର୍ବରୁ କଲେଜ କ୍ୟାମ୍ପସ କିଛି ଅଣଛାତ୍ର ପଶି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ । ଏହାଦେଖି କଲେଜର କିଛି ଛାତ୍ର ସେମାନଙ୍କ ବିରୋଧ କରିବା ସହ ସେମାନଙ୍କୁ ପ୍ରନ୍ସିପାଲ ପାଖକୁ ନେଇଥିଲେ । ପ୍ରନ୍ସିପାଲ ଏନେଇ ପୋଲିସ ଓ ସେମାନଙ୍କ ଅବିଭାବକ କୁ ଖବର ଦେଇଥିଲେ । ଏବଂ ଏମାନେ ଏପରି କାଣ୍ଡ କେବେ କରିବେ ନାହିଁ ବୋଲି ପୋଲିସ ଆଗରେ କହିଥିଲେ ।

    କିନ୍ତୁ ଦୁଇଦିନ ପରେ ରାଗର ପ୍ରତିଶୋଧ ନେବା ପାଇଁ ସୋମବାର ସକାଳ 10 ଟା ସମୟରେ ଦଶରୁ ଉର୍ଦ୍ଧ ଅଣଛାତ୍ର କଲେଜକୁ ରଡ,ବ୍ୟାଟ ଓ ହକିଷ୍ଟିକ ଧରି ପଶିଥିଲେ ଏବଂ ତିନି ଜଣ ଛାତ୍ରଙ୍କୁ ପ୍ରବଳ ମାରିଥିଲେ । ମାଡ ମାରୁଥିବାଦେଖି କଲେଜର ସିକ୍ୟୁରିଟ ଗାର୍ଡ ସହ ଅନ୍ୟ ଛାତ୍ରମାନେ ସେଠାକୁ ଦୌଡି ଯିବାରୁ ଉକ୍ତ ଯୁବକ ମାନେ ସେଠାରୁ ପଳାଇଥିଲେ ।

    ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରିଛି ।  ଏବଂ ଆକ୍ରମଣକାରୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । କଲେଜ ପ୍ରନ୍ସିପାଲ କହିବା ଅନୁଯାୟୀ ଦୁଇଦିନ ପୂର୍ବରୁ ଆମେ ପୋଲିସକୁ ଖବର ଦେଇଥିଲୁ ଏବେ ଆଉଥରେ ବିବାଦ ମୁଣ୍ଡ ଟେକିଥିବାରୁ ଆମେ ପୋଲିସ କୁ ସୂଚନା ଦେଇଛୁ । । ତେବେ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଇନ ଅନୁଯାୟୀ କରାଯିବ ବୋଲି କହିଛନ୍ତି ପ୍ରନ୍ସିପାଲ ।  

  • ଚାକିରି ପାଇଁ ଯାଉଥବା ବୋହୂକୁ ଇଟାରେ ମାରିଲା ଶଶୁର

    ନୂଆଦିଲ୍ଲୀ :ଚାକିରି କରି ସ୍ୱାମୀକୁ ସାହାଯ୍ୟ କରିବାକୁ ଚାହୁଁଥିବା ବୋହୂକୁ ଇଟାରେ ମାରି କ୍ଷତାକ୍ତ କଲା  ଶଶୁର । ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି ଅଭାବନୀୟ ଘଟଣା ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଝିଅପିଲା ବାହାରକୁ ଚାକିରି କରିବାକୁ ଯିବା ଅପରାଧ ମଣୁଥିବା ଶଶୁର ନିଜ ବୋହୂର ଚାକିରି କରିବା କଥାକୁ ବିରୋଧ କରି ଇଣ୍ଟରେଭିୟୁକୁ ଯିବା ବାଟରେ ଇଟାରେ ଆକ୍ରମଣ  କରିଛି ।

    ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ 26 ବର୍ଷିୟା ବୋହୂ କାଜଲ ନିଜ ସ୍ୱାମୀକୁ ଆର୍ଥିକ କ୍ଷେତ୍ରରେ ସାହଯ୍ୟ କରିବାପାଇଁ  ଚାକିରି କରିବା କଥା ତାଙ୍କ ଘରେ କହିଥିଲେ । ଯେଉଁଥିରେ ତାଙ୍କର ଶଶୁର ରାଜିନଥିଲେ । କିନ୍ତୁ ସେ ଶିକ୍ଷିତ ଥିବାରୁ ତାଙ୍କ ଶଶୁରଙ୍କ କଥା ନଶୁଣି ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ବାହାରିଥିଲେ । ଯିବା ବାଟରେ ଶଶୁର ରାଗିଯାଇ ବୋହୂକୁ ଇଟାରେ ଆକ୍ରମଣ କରିଥିଲେ ।

    ଆକ୍ରମଣରେ ବୋହୂ କ୍ଷତାକ୍ତ ହୋଇଥିବାର ଜଣାପଡିଥିଲା  । କାଜଲଙ୍କ ସ୍ୱାମୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଯେଉଁଠାରେ ତାଙ୍କ ମୁଣ୍ଡରେ 15ଟି ଷ୍ଟିଜ ପଡିଥିବା କଥା ଜଣା ପଡିଛି । ତେବେ ଏନେଇ କାଜଲଙ୍କ ବାପା ଫରିଦାବାଦ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

  • ଜମିବାଡି ବିବାଦରୁ ଯୁବକଙ୍କୁ ଆକ୍ରମଣ

    ଜଗତସିଂପୁର: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣାଟି ଘଟିଛି କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଂଚାୟତ ହସିଣା ଗ୍ରାମରେ। ସୂଚନା ମୁତାବକ ସକାଳ ପ୍ରାୟ 9 ଟା ସମୟରେ କାହ୍ନୁ ଚନ୍ଦ୍ର ସେନାପତିଙ୍କୁ ତାଙ୍କରୁ ସମର୍କୀୟ ମାନେ ଲୁହା ରଡ଼ରେ ଆକ୍ରମଣ କରିବା ସହିତ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ପରେ ଆହତ କାହ୍ନୁଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକତ୍ସା ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଘଟଣାକୁ ନେଇ କୁଜଙ୍ଗ ଥାନାର ଅଭିଯୋଗ କରିଛନ୍ତି କାହ୍ନୁଙ୍କ ସ୍ତ୍ରୀ। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି କୁଜଙ୍ଗ ପୋଲିସ।

  • ନଦୀକୂଳରୁ ମୃତଦେହ ଉଦ୍ଧାର

    ବଲାଙ୍ଗିର: ନଦୀକୂଳରୁ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା କମରଲଗା ଗାଁ ଦେଇ ପ୍ରବାହିତ ହେଉଥିବା ଲାନ୍ଥନଦୀ କୂଳରେ। ତେବେ ଶବଟି ୧୮ରୁ ୨୫ ବର୍ଷ ଭିତରେ ହୋଇଥିବା ଏକ ଯୁବତୀର ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ସଇଁତଳା ପୋଲିସ ସମେତ ବଡ଼ମାଳ ଫାଣ୍ଡି ଅଧିକାରୀ, ଟିଟିଲାଗଡ଼ ଏସ.ଡ଼ି.ପି.ଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କୂଳରେ ରକ୍ତ ପଡିଥିବାରୁ ଏହା ଏକ ହତ୍ୟା କାଣ୍ଡ ବୋଲି ପୂର୍ବରୁ ସନ୍ଦେହ ଦେଖା ଦେଇଥିବା ବେଳେ ବର୍ତମାନ ଏହା ଏକ ସୁପରକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ସେହି ନଦୀ କୁଳରେ ଯୁବତୀ ର ମୁଣ୍ଡ କୁ ଅତି ନୃଶଂସ ଭାବରେ କଟା ଯାଇ ଶରୀର କୁ ନଦୀ ଭିତରେ ଫିଙ୍ଗି ଦେଇ ହତ୍ୟାକାରୀ ମାନେ ଫେରାର ମାରିଥିବା ସୂଚନା ମିଳିଛି l ଘଟଣାସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ସହ ବଲାଙ୍ଗୀର ଏସ ପି. ନିତିନ କୁଶଲକର ପହଂଚି ତଦନ୍ତ କୁଆହୁରି ବ୍ୟାପକ କରିଛନ୍ତି l ତେବେ ସମ୍ପୃକ୍ତ ଯୁବତୀ କୁ ପ୍ରଥମେ ଦୁଷ୍କର୍ମ କରି ପରେ ହତ୍ୟା କରିଥିବା ସନ୍ଦେହ ଘନୀଭୂତ ହୋଇଛି l ଉକ୍ତ ମୃତଦେହର ମୁଣ୍ଡ ଖୋଜିବାରେ ଲାଗିଛି ପୋଲିସ।

  • ବିଖ୍ୟାତ ଲେଖକ ସଲମାନ ରୁସ୍‌ଦିଙ୍କ ଉପରେ ଛୁରା ମାଡ

    ଭେଣ୍ଟିଲେଟର ସର୍ପୋଟରେ ବିଖ୍ୟାତ ଲେଖକ ସଲମାନ ରୁସ୍‌ଦି।  ଆମେରିକାର ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଲେଖର ସଲମାନ ରୁସ୍‌ଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ। ବଫେଲୋ ନିକଟସ୍ଥ ଚୌଟାଉକ୍କାରେ ସଲମାନ ରୁସଦିଙ୍କ ଉପରେ ଛୁରା ମାଡ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କାଲି ନ୍ୟୁୟର୍କର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ରୁସଦିଙ୍କ  ଲିଭର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବେକରେ ୧୦ରୁ ୧୫ ଥର ଛୁରିରେ ଆଘାତ ହୋଇଛି। ଅସ୍ତ୍ରୋପଚାର ପରେ ଗୋଟିଏ ଆଖି ନଷ୍ଟ ହେବାର ଆଶଙ୍କା ରହିଛି। ୭୫ ବର୍ଷୀୟ ରୁସଦିଙ୍କୁ ଛୁରାମାଡ କରିଥିବା ଯୁବକକୁ ଚିହ୍ନଟ କରାଯାଇଛି। ୨୪ ବର୍ଷୀୟ ଆକ୍ରମଣକାରୀ ହାଦି ମାତରକୁ  ଗିରଫ କରିଛି ପୋଲିସ। ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଆକ୍ରମଣକାରୀକୁ ପୋଲିସ ଜେରା କରୁଛି। ଉପନ୍ୟାସ ଦ ସାଟାନିକ ଭର୍ସେସ୍ ପାଇଁ ବିବାଦୀୟ ହୋଇଥିଲେ ରୁସଦି। ରସଦିଙ୍କ ମୁଣ୍ଡ ପାଇଁ  ଇରାନ ୩ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା।

    • ଶୁଭଲକ୍ଷ୍ମୀ ସାହିଙ୍କ ରିପୋର୍ଟ
  • ଉତ୍ତରପ୍ରଦେଶ ପରେ ପଞ୍ଜାବରେ ପିଟବୁଲ ଆତଙ୍କ

    ଲକ୍ଷ୍ନୌ ପରେ ପଞ୍ଜାବ ଗୁରୁଦାସପୁରରେ ପିଟବୁଲ ଆତଙ୍କ । ୧୩ ବର୍ଷର ନାବାଳକ ତାର ବାପାଙ୍କ ସହ ସ୍କୁଟରରେ ଯାଉଥିବା ବେଳେ ପିଟବୁଲ କୁକୁର ନାବାଳକ ଉପରକୁ ଡିଆଁ ମାରିଥିଲା । ଫଳରେ ନାବାଳକ ଜଣକ ଗାଡ଼ିରୁ ଖସିପଡିଥିଲେ ତା ପରେ କୁକୁର ବାଳକର କାନ ଛିଣ୍ଡାଇ ଦେଇଥିଲା । ନାବାଳକର ବାପା ବାଡିରେ ଘଉଡିବାରୁ ଅଳ୍ପକେ ବର୍ତ୍ତିଥିଲା ନାବାଳକ । ଗୁରୁତର ଅବସ୍ଥାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁଚନା ଅନୁସାରେ ଗୁରୁଦାସପୁର ଜିଲ୍ଲାର କୋଟଲି ଭାମ ସିଂହ ଇଲାକାରେ ୧୩ ବର୍ଷୀୟ ଗୁରୁପ୍ରୀତ ସିଂହ ତାଙ୍କ ବାପାଙ୍କ ସହ ଯାଉଥିବା ବେଳେ କୁକୁରଟି ନାବାଳକ ଉପରକୁ ଆକ୍ରମଣ କରି ଆହତ କରିଥିଲା l କୁକୁରର ମାଲିକ ନିଜ କୁକୁରକୁ ନେଇ ଘରକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ । ଲକ୍ଷ୍ନୌରେ କିଛିଦିନ ପୂର୍ବରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଏବେ ପଞ୍ଜାଵ ଘଟଣା ପରେ ଆତଙ୍କ ର ମାହୋଲ ଦେଖା ଦେଇଛି l

    • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ
  • ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ

    ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ସିଆରପିଏଫ ର ଜଣେ ଏଏସଆଇ ସହିଦ୍ ହୋଇଥିବା ସୂଚନା ମିଳିଛି। ସେନା କର୍ମଚାରୀ ଏବଂ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ପୂରା ଅକ୍ତିଆର କରି ରଖିଛନ୍ତି। ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକା ବ୍ୟବସ୍ତା କରାଯାଇଛି।

    କୁହାଯାଉଛି ଯେ, ସେହି ଅଞ୍ଚଳରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ ୟବାନମାନେ ଚେକିଂ ପୋଷ୍ଟରେ ଚେକିଂ ଜାରି ରଖିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ହଠାତ୍ ସେଠାକୁ ଆସି ଆକ୍ରମଣ କରିଥିଲେ। ଏହି ଘଟଣା ଗୋଙ୍ଗୁ କ୍ରସିଙ୍ଗ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ 

  • କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ

    କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗର ର ଲାଲ ବଜାର ଅଞ୍ଚଳରେ ଚେକ୍ ପୋଷ୍ଟରେ ନିୟୋଜିତ ପୋଲିସ କର୍ମଚାରୀ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୋଲିସ ଟିମ୍ ଉପରେ ଲୁଚିରହିତିବା ଆତଙ୍କବାଦୀ ମାନେ ଅଚାନକ ଭାବବେ ଗୁଳି କରିଛନ୍ତି । ପୋଲିସ ପକ୍ଷରୁ ମଧ୍ୟ୍ୟ ପାଲଟା ଜବାବ୍ ଦିଆଯାଇଥିବାବେଳେ ଜଣେ ପୋଲିସ କର୍ମଚାରୀ ଏହି ଗୁଳି ବିନିମୟରେ ମୃତ୍ୟୁବରଣ କରିଛନ୍ତି ଅନ୍ୟ ଦଇ ଜଣ କନେଷ୍ଟବଲ ଗୁରୁତର ଆହତ ହୋଇଛନ୍ତି । ସଂନ୍ଧ୍ୟା ୭ ଟା ୧୫ ମିନଟରେ ଏହି ଆକ୍ରମଣ ହୋଇଥିଲା । ପ୍ରଥମେ ଏଥିରେ ଆହତ ତିନି ଜଣ ପୋଲିସ କର୍ମୀଙ୍କୁ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଚିତ୍କିସା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି ।

    ଅନ୍ୟ ଦୁଇ ଜଣଙ୍କର ଚିତ୍କିସା ଚାଲିଛି । ଆତଙ୍କବାଦୀ ଙ୍କ ଗୁଳିରେ ଶହୀଦ ହୋଇଥିବା ପୋଲିସ କର୍ମଚାରୀ ହେଉଛନ୍ତି ମୁସ୍ତାକ ଅହମ୍ମଦ । ସେ ଏସଆଇ ଭାବରେ କାର୍ଯ୍ୟ କରୁଥିଲେ । ଲାଲ ବଜାର ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରି ନିଜ ଅକ୍ତିଆରରେ ରଖିଚି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେଲେ ପୋଲିସ ଘେରାବନ୍ଦୀ ହଟିବ । ସର୍ଚ୍ଚ ଅପରେସନ ଜାରି ରହିତିବା ଜାମ୍ମୁ କାଶ୍ମିର ପୋଲିସ ପକ୍ଷରୁ କୁହାଯାଇଛି । ଆତଙ୍କବାଦୀ ଆକ୍ରମଣ ଘଟଣା କିଛି ନୁଆ ନୁହେଁ । ଆତଙ୍କବାଦୀ ଦମନ କରିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କଲେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ।

    • ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
Back to top button