ଜୟପୁର : ନିଜ ପୁଅକୁ ନୃଶଂସ ବାପା ହତ୍ୟା କରିଥିବା ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ଆମ୍ବଗାଁରେ ଚାଂଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ହେଲେ ସମରା ବୁଡ଼ିଆଙ୍କ ପୁଅ ସୁରେନ୍ଦ୍ର ବୁଡ଼ିଆ (୧୮) ।
ସୂଚନା ଅନୁଯାୟୀ, ବାପା ସମରା ନିଶାସକ୍ତ ଅବସ୍ଥାରେ ଖରାବେଳେ ଘରକୁ ଫେରିଥିଲେ । କୌଣସି କଥାକୁ ନେଇ ପୁଅ ସହ ତାଙ୍କର ବଚସା ହୋଇଥିଲା । ପରେ ସମରା ଉତକ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା । ପରିବାର ଲୋକେ ପୁଅର ଚିତ୍କାର ଶୁଣି ଦୌଡ଼ି ଆସିଥିଲେ । ସୁରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ଖବର ପାଇ ଦାମନଯୋଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଥିଲେ । ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ଘଟଣାରେ ବାପା ସମରା ବୁଡ଼ିଆକୁ ପୋଲିସ ଗିରଫ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now