ସ୍କୁଲରେ ନାବାଳିକାକୁ ଗଣଦୁଷ୍କର୍ମ

Spread the love

ନୂଆଦିଲ୍ଲୀ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ତାହାପୁଣି ପଢୁଥିବା ସ୍କୁଲରେ । ଏପରି ଏକ ଲଜ୍ଜାଜନକ ଖବର ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀର ଗୋଟିଏ ଏମସିଡି ସ୍କୁଲରେ ପଢୁଥିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମର ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ସେହି ସ୍କୁଲର 54 ବର୍ଷୀୟ ପିଅନ ଅଜୟ ଓ ତାର ସହଯୋଗୀ ବୋଲି ଜଣାପଡିଛି । ଅଭିଯୋଗ ପରେ ପୋଲିସ ପିଅନ ଓ ତାର ଜଣେ ସହଯୋଗୀକୁ ଧରିବାରେ ସଫଳ ହୋଇଥିବାବେଳେ ଅନ୍ୟ 3 ରୁ 4 ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ମାମଲାରେ ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ଯୌନପୁରର ଅଜୟ କୁମାର । ସେ ଗାଜିଆବାଦରେ ନିଜ ପରିବାର ସହ ରୁହନ୍ତି । ସେ ଉକ୍ତ ସ୍କୁଲରେ 10 ବର୍ଷ ହେବ ପିଅନ ଭାବେ କାମ କରୁଥିଲେ । ଏବେ ସେହି ସ୍କୁଲର ଇନ୍ସପେକ୍ଟର ଓ ଆଟେଡାଣ୍ଟଙ୍କୁ ନେଇ ଏକ କମିଟି ଗଠନ କରି ରିପୋର୍ଟ ଦାଖଲ ପରେ ଅଜୟକୁ ତାଙ୍କ ପୋଷ୍ଟରୁ ନିଲମ୍ବତି କରାଯାଇଛି ଏବଂ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିଥିବାରୁ ସେହି ସ୍କୁଲର ପ୍ରନ୍ସିପାଲ ଓ ଶିକ୍ଷକକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇିଛି ।

ପୋଲିସ ସୂଚନା ଅନୁସାରେ ଉକ୍ତ ଘଟଣା ଟି 14 ମାର୍ଚ୍ଚର । ଘଟଣା ଦିନ ପିଅନ ଜଣକ 10 ବର୍ଷୀୟା ନାବାଳିକାକୁ ନିଜ ସହ ଯିବାପାଇଁ କହିଥିଲେ । ଛାତ୍ରୀ ଜଣକୁ ପିଅନକୁ ଜାଣିଥିବାରୁ ତାଙ୍କ ସହ ନିଃଶଙ୍କୋଚରେ ଚାଲିଯାଇଥିଲେ । ସେ ପ୍ରଥମେ ଛାତ୍ରୀ ଜଣକୁ ଏକ ନିଛାଟିଆ ଜାଗାକୁ ନେଇଯାଇଥିଲେ ଓ ସେଠାରେ ତାଙ୍କୁ ଏକ ଇଞ୍ଜେକସନ ଦେଇ ଅଚେତ କରିଦେଇଥିଲେ । ପରେ ପିଅନ ସହ ଅନ୍ୟ ସହଯୋଗୀମାନେ ସେଠାରେ ପହଞ୍ଚି ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ ।

ଘଟଣା ପରେ ପିଅନ ନାବାଳିକାକୁ ସ୍କୁଲରେ ଛାଡିଦେଇଥିଲେ । ସେ ସେଠାରେ ଡରିଯାଇ ତୁରନ୍ତ ଘରକୁ ଚାଲିଆସି ନିଜ ମାକୁ ସମସ୍ତ କଥା କହିଥିଲେ ଏବଂ ସେବେଠାରୁ ସେ ସ୍କୁଲ ଯିବା ବନ୍ଦ କରିଦେଇଥିଲେ । ସେ ଇତି ମଧ୍ୟରେ ନିଜ ପରୀକ୍ଷା ବି ଦେଇନଥିଲେ ।

ଛାତ୍ରୀଙ୍କ ସ୍କୁଲ ଯିବା ବନ୍ଦହେବା କଥା ଜାଣିବା ପରେ ସ୍କୁଲ ପକ୍ଷରୁ ପୀଡିତାଙ୍କ ଘରକୁ ଫୋନ ଯାଇଥିଲା । ଫୋନରେ ପୀଡିତାଙ୍କ ଭାଇ ଘଟଣା ସମ୍ପର୍କରେ ସମସ୍ତ କଥା ଜଣାଇଥିଲେ । ଘଟଣାଟି 14 ମାର୍ଚ୍ଚରେ ଘଟିଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ 22ରେ ଅବଗତ ହୋଇଥିଲେ । ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ଥାନାର ଦ୍ୱାରସ୍ତ ହୋଇଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *