
ନାପ୍ୟିଡ: ମିଆମାର ସେନାର ବର୍ବରତା। ନିଜ ଲୋକଙ୍କ ହତ୍ୟା କରିବାକୁ ବିଛାଉଛି ବାରୁଦ। ଗତ ବର୍ଷ ଦେଶରେ ସରକାର ବଦଳିବା ପରେ ସେଠାରେ ଦେଖାଦେଇଛି ଅସ୍ଥିରତା। ଲୋକଙ୍କ ଉପରେ ସେନା ଚଳାଇଛି ଆତଙ୍କ। ଏକ ନୂତନ ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡ ସୀମା ନିକଟରେ କାୟା ଅଞ୍ଚଳରେ ସଂଘର୍ଷ ଜାରି ରହିଥିବା ବେଳେ ସେଠାରେ ଓ ନିକଟ ବର୍ତ୍ତୀ ଅଞ୍ଚଳରେ ବାରୁଦ ସୁଡଙ୍ଗ ବିଛାଇଦେଇଥିଲା। ଏହି ବାରୁଦ ସୁଡଙ୍ଗରେ ବିସ୍ଫୋରଣ ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଏମନେଷ୍ଟି ଇଣ୍ଟରନାସନାଲ ମୁତାବକ, ଏହି ଅଞ୍ଚଳର ଗସ୍ତ କରିଥିବା ରସର୍ଚ୍ଚ ଟିମ ପାଇଥିଲେ କି, ଲୋକଙ୍କ ଘର ଓ ଚର୍ଚ୍ଚ ନିକଟରେ ବାରୁଦ ସୁଡଙ୍ଗ ବିଛା ଯାଇଥିଲା। ଏହି ସୁଡଙ୍ଗ ସଂସ୍ପର୍ଶରେ ଆସିବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଯାଇଛି ବହୁ ଲୋକ ମଧ୍ୟ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ରିସର୍ଚ୍ଚର ୨୦୨୧ ଫେବୃଆରୀରୁ ସେନା ନିୟନ୍ତ୍ରଣକୁ ଆସିଥିବା ଗାଁକୁ ଯାଇଥିଲେ। ସେନା ସେତେବେଳେ ମିୟାମାରର ଲୋକତାନ୍ତ୍ରିକ ଶୈଳୀରେ ନିର୍ବାଚିତ ସରକାରକୁ ବାହାର କରି ଦେଶର ଶାସନ ଭାର ସେନା ହାତକୁ ନେଇଥିଲା।
- ଶିଳା ରାୟଙ୍କ ରିପୋର୍ଟ