ARMY

  • ଭାରତୀୟ ସୀମାରେ ୨ଟି ପାକିସ୍ତାନି ଡ୍ରୋନ

    ପାକିସ୍ତାନ ପୁଣି ଭାରତ ଉପରେ ଲୁଚିଛପି ଆକ୍ରମଣ କରୁଛି। ଏଥିପାଇଁ ପାକିସ୍ତାନ ନୂଆ ନୂଆ ପନ୍ଥା ଆପଣାଇବା ସହ ଭାରତୀୟ ସୈନ୍ୟମାନଙ୍କୁ ଫସେଇବାକୁ ଚାହୁଁଛି। କିନ୍ତୁ ପାକିସ୍ତାନର ଯୋଜନା ପଣ୍ଡ ହେଉଛି। ଯାହାକୁ ନେଇ ଉତକ୍ଷିପ୍ତ  ହୋଇଛି ପାକିସ୍ତାନ। ଦୁଇଟି ପାକିସ୍ଥାନୀ ଡ୍ରୋନ୍ ବିଭିନ୍ନ ସମୟରେ ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଜିଲ୍ଲା ତରନତାରନରେ ଦେଖା ଦେଇଛି। ଏହି ଡ୍ରୋନ୍ ପ୍ରାୟ ୮୨ ରାଉଣ୍ଡ ଗୁଳି ଚଳାଇବା ସହ ୧୦ ରାଉଣ୍ଡ ଆଲୋକୀକରଣ ବୋମା ମଧ୍ୟ ଫିଙ୍ଗିଛି।

    ଶୁକ୍ରବାର ବିଳମ୍ୱିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଏହାକୁ ନେଇ  ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ୍ ଏବଂ ସୁରକ୍ଷା କର୍ମୀଙ୍କର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶନିବାର ସକାଳୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଦ ବସ୍ତୁ ମିଳିନଥିବା ବିଏସଏଫ ମୁଖ୍ୟପ୍ରବକ୍ତା ସୂଚନା ଦେଇଛନ୍ତି।

    ଶୁକ୍ରବାର ବିଳମ୍ୱିତ ରାତିରେ ବିଓପି ବାନ୍‌ ତାରା, ପିଏସ ଖାଲରା ୧୦୩ ବାଟାଲିୟନର ସୀମା ସୁରକ୍ଷା କର୍ମୀ ଅଞ୍ଚଳରେ କଡା ନଜର ରଖିବା ସହ କଡା ପଇଁତରା ମାରୁଥିଲେ। ସେହି ସମୟରେ ପାକିସ୍ତାନ ପକ୍ଷରୁ ଏକ ସନ୍ଦେହଜନକ ବସ୍ତୁ ଭାରତୀୟ ବାୟୁ ସୀମା ଅଞ୍ଚଳରେ ପ୍ରବେଶ କରିଥିଲା। ଏହା ଦେଖିବା ମାତ୍ରେ ସୁରକ୍ଷା କର୍ମୀ ସତର୍କ ହୋଇ ଯାଇଥିଲେ। ସୁରକ୍ଷା କର୍ମୀ ଅତ୍ୟାଧୁନୀକ ଯନ୍ତ୍ରପାତି ମାଧ୍ୟମରେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ କି, ପାକିସ୍ତାନର ଚିନ୍ ନିର୍ମିତ ଡ୍ରୋନ୍ ଭାରତୀୟ ସୀମା ଅଞ୍ଚଳକୁ ପ୍ରବେଶ କରିଛି। ଡ୍ରୋନକୁ ଘଉଡାଇବାକୁ ସୁରକ୍ଷା ବଳ ପକ୍ଷରୁ ୯ ରାଉଣ୍ଡ ଏବଂ ୪ ରାଉଣ୍ଡ ଆଲୋକୀକରଣ ବୋମା ଫିଙ୍ଗାଯାଇଥିଲା। ଏହାପରେ ଡ୍ରୋନ ଦୁଇଟି ପାକିସ୍ତାନ ଆଡକୁ  ଫେରିଯାଇଥିଲା।  

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ଯବାନଙ୍କ ନାରେ  ଦୁଷ୍କର୍ମ ଅଭିଯୋଗ

    ଭୁବନେଶ୍ୱର : ଯବାନଙ୍କ ନାମରେ  ଦୁଷ୍କର୍ମ ଅଭିଯୋଗ। ବିବାହ ପ୍ରତିଶୃତି ଦେଇ ଯବାନ ଜଣଙ୍କ ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି ।  ଏନେଇ ଗତକାଲି ଝଣ୍ଡଗିରି  ଥାନାରେ ଅଭିଯୋଗ କରିଛନ୍ତି ପୀଡିତା l ପୀଡିତା ଜଣକ  ଗଞ୍ଜାମ  ଦିଗପହଣ୍ଡି  ଅଞ୍ଚଳର ହୋଇଥିବା ବେଳେ ଡୁମୁଡୁମାରେ ରହୁଥିଲେ। ଗତ  ୨୦୧୫ ମସିହାରେ ଯବାନ  ପବିତ୍ର ରେଡ୍ଡୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା l ପରେ ବିବାହ  କରିବାକୁ କହି ଶାରୀରିକ  ସମ୍ପର୍କ ରଖିଥିଲେ । ହେଲେ ପୀଡିତା ପରବର୍ତୀ ମୁହୂର୍ତ୍ତରେ ଗର୍ଭବତୀ ହେବାପରେ ବିବାହ କରିବାକୁ  ରାଜି ହୋଇନଥିଲେ ପବିତ୍ର l ଏହାପରେ  ଭୁବନେଶ୍ୱର ଏସଡ଼ିଏନଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୀଡିତା  । ସେପଟେ କୋର୍ଟଙ୍କ ଆଦେଶ  ଅନୁସାରେ  ଖଣ୍ଡଗିରି  ଥାନା  ପୋଲିସ ଏକ ମାମଲା  ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ପବିତ୍ର ଫେରାରଥିବା ଜଣାପଡିଛି। 

  • ୩୮ ବର୍ଷ ପରେ ଯବାନଙ୍କ ମୃତଦେହ ଉଦ୍ଧାର

    ଦିଲ୍ଲୀ: ୩୮ବର୍ଷ ପରେ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସୋମବାର ଭାରତୀୟ ସେନାର ନରଥେନ୍ କମାଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି ଯେ, ସିଆଚିନରେ ୧୯୮୪ ମସିହାରେ ସେନା ଅପରେସନରେ ନିଖୋଜ ଥିବା ଜଣେ ଯବାନଙ୍କ ମୃତ ଦେହ ୩୮ବର୍ଷ ପରେ ଉଦ୍ଧାର ହୋଇଛି। ଭାରତୀୟ ସେନାର ନରଥେନ୍ କମାଣ୍ଡ ଏକ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି।

    ଭାରତୀୟ ସେନା ସୂଚନା ଅନୁଯାୟୀ, ମେ ୨୯ ତାରିଖ ୧୯୮୪ ମସିହାରେ ଯବାନ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ତେବେ ଯବାନଙ୍କ ମୃତ ଦେହ ମିଳିବା ପରେ ପରିଚୟ ଖୋଜା ହୋଇଥିଲା। ପରିଚୟ ଜାଣିବା ପାଇଁ ପରିଚୟ ଡିସ୍କ ସାହାର୍ଯ୍ୟରେ ଯବାନଙ୍କ ମୃତ ଦେହ ଚିହ୍ନଟ କରାଯାଇଥିଲା। ଯେଉଁଥିରେ ଯବାନଙ୍କ ସେନା ନମ୍ୱର ରହିଥିଲା। ଏହାସହ ସରକାରୀ ରେକର୍ଡରୁ ମଧ୍ୟ ଅଧିକ ବିବରଣୀ ମିଳିଥିଲା। ଉଦ୍ଧାର ହୋଇଥିବା ଯବାନ ଜଣଙ୍କ ହେଲେ ଲାନ୍ସ ନାୟକ ଚନ୍ଦ୍ରଶେଖର ସିଂ ବୋଲି ଜଣାପଡିଛି। ଭାରତୀୟ ସେନାର ରେକର୍ଡ ଅନୁଯାୟୀ, ୟୁନିଅନ୍ ଟେରିଟୋରୀ ଲଦାଖରେ ଗ୍ଲାସିଅରରେ ୧୯୮୪ ରେ ସେନା ଅପରେସନ୍ ମେଗଦୁତ୍ ରେ ଚନ୍ଦ୍ରଶେଖର ନିୟୋଜିତ ଥିଲେ। ‘ଅପରେସନ୍‌ ମେଗଦୁତ୍’ ଭାରତୀୟ ସଶସ୍ତ୍ର ବାହୀନର ଅପରସେନ୍ ପାଇଁ ଏକ କୋଡ୍ ନାମରେ ନାମିତ କରାଯାଇଥିଲା। ଏପ୍ରିଲ ୧୩ ତାରିଖ ୧୯୮୪ ରେ ଏହା ଆରମ୍ଭ କରାଯାଇଥିଲା। ଜାମ୍ମୁ କାଶ୍ମୀରର ସିଆଚିନ ଗ୍ଲାସିୟରକୁ କାବୁ କରିବା ପାଇଁ ଏହି ଅପରେସନ ଆରମ୍ଭ କରାଯାଇଥିଲା। ସିଆଚିନକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ବିବାଦ ଦେଖାଦେଇଥିଲା। ସିଆଚିନକୁ ଅକ୍ତିଆର କରିବା ପାଇଁ ଯୁଦ୍ଧ ହୋଇଥିଲା। ତେବେ ଏହି ମିଲିଟାରୀ ଅପରେସନ ସମସ୍ତଙ୍କ ଠାରୁ ଭିନ୍ନ ଥିଲା କାରଣ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ରରରେ ପ୍ରଥମ ଥର ଆକ୍ରମଣ ଆରମ୍ଭ ହୋଇଥିଲା। ମିଲିଟାରୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଭାରତୀୟ ସୈନ୍ୟମାନେ ସମଗ୍ର ସିଆଚିନ୍ ଗ୍ଲାସିଅର ଉପରେ ନିୟନ୍ତ୍ରଣ ହାସଲ କରିଥିଲେ।

    ନରଥେନ୍ ସେନା କମାଣ୍ଡର ଲେଫ୍ଟ ଜେନେରାଲ ଉପେନ୍ଦ୍ର ଦିୱେଦୀଙ୍କ ସମେତ ସୁରକ୍ଷାକର୍ମୀ ମାନେ ଅପରେସନ ମେଗଦୁତ୍ ରେ ନିୟୋଜିତ ହୋଇଥିବା ସର୍ବାଚ୍ଚ ବଳିଦାନ ଦେଇଥିବା ଚନ୍ଦ୍ରଶେଖରଙ୍କୁ ସାଲ୍ୟୁଟ ଦେଇଛନ୍ତି। ମୃତ ଦେହକୁ ଖୁବ୍ ଶୀଘ୍ର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଲେଫ୍ଟ ଜେନେରାଲ ଉପେନ୍ଦ୍ର ଦିୱେଦୀ କହିଛନ୍ତି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ସୀମା ଅଞ୍ଚଳରେ ଯବାନଙ୍କ ଆଜାଦିର ଉତ୍ସବ

    ଦିଲ୍ଲୀ: ଦେଶର ସୀମା ଅଞ୍ଚଳରେ ଯବାନଙ୍କ ଆଜାଦିର ଉତ୍ସବ ପାଳନ। ସୀମାନ୍ତ ଅଞ୍ଚଳ ଗୁଡିକରେ ଯୱାନ ମାନେ ଦେଶକୁ ସୁରକ୍ଷା ଦେବା ସହ ଆଜିର ଦିନରେ ପତାକା ଲହରାଇ ସ୍ୱାଧିନତାର ଉତ୍ସବ ନମାଉଛନ୍ତି। ଲଦାଖରେ ITBP ଯବାନଙ୍କ  ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି। କେବଳ ଲଦାଖ ନୁହେଁ ଉତ୍ତରାଖଣ୍ଡ , ଅରୁଣାଂଚଳ ପ୍ରଦେଶ ଏବଂ ସିକିମରେ ମଧ୍ୟ ଯୱାନ ମାନେ ଦେଶର ସ୍ୱାଧୀନତା ଦିବସକୁ ପାଳନ କରୁଥିବା ଦେଖିବାକୁ ମିଳିଛି। ସିକିମରେ ୧୮ହଜାର ୮୦୦ ଫିଟ୍ ର ପତାକା ଉତ୍ତୋଳନ କରାଯାଇଥିବା ବେଳେ ଉତ୍ତରାଖଣ୍ଡରେ ୧୭ହଜାର ୫୦୦ ଫିଟ୍ ର ପତାକା ଉତ୍ତୋଳନ କରି ଯୱାନ ମାନେ ନିଜ ଦେଶ ପ୍ରତି ଥିବା ମାତୃତ୍ୱ ଭାବକୁ ପ୍ରଦର୍ଶିତ କରିବା ସହ ଏବେବି ଭାରତୀୟ ଯୱାନ ମାନେ କୌଣସି ବି ପରିସ୍ଥିତିର ସମ୍ମୁଖୀନ କରିପାରିବାର ସାହସିକତା ରଖିଥିବା ଦର୍ଶାଇଛନ୍ତି।

  • ମିଆମାର ସେନାର ବର୍ବରତା

    ନାପ୍ୟିଡ: ମିଆମାର ସେନାର ବର୍ବରତା। ନିଜ ଲୋକଙ୍କ ହତ୍ୟା କରିବାକୁ ବିଛାଉଛି ବାରୁଦ। ଗତ ବର୍ଷ ଦେଶରେ ସରକାର ବଦଳିବା ପରେ ସେଠାରେ ଦେଖାଦେଇଛି ଅସ୍ଥିରତା। ଲୋକଙ୍କ ଉପରେ ସେନା ଚଳାଇଛି ଆତଙ୍କ। ଏକ ନୂତନ ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡ ସୀମା ନିକଟରେ କାୟା ଅଞ୍ଚଳରେ ସଂଘର୍ଷ ଜାରି ରହିଥିବା ବେଳେ ସେଠାରେ ଓ ନିକଟ ବର୍ତ୍ତୀ ଅଞ୍ଚଳରେ ବାରୁଦ ସୁଡଙ୍ଗ ବିଛାଇଦେଇଥିଲା। ଏହି ବାରୁଦ ସୁଡଙ୍ଗରେ ବିସ୍ଫୋରଣ ଘଟି ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଏମନେଷ୍ଟି ଇଣ୍ଟରନାସନାଲ ମୁତାବକ, ଏହି ଅଞ୍ଚଳର ଗସ୍ତ କରିଥିବା ରସର୍ଚ୍ଚ ଟିମ ପାଇଥିଲେ କି, ଲୋକଙ୍କ ଘର ଓ ଚର୍ଚ୍ଚ ନିକଟରେ ବାରୁଦ ସୁଡଙ୍ଗ ବିଛା ଯାଇଥିଲା। ଏହି ସୁଡଙ୍ଗ ସଂସ୍ପର୍ଶରେ ଆସିବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଯାଇଛି ବହୁ ଲୋକ ମଧ୍ୟ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ରିସର୍ଚ୍ଚର ୨୦୨୧ ଫେବୃଆରୀରୁ ସେନା ନିୟନ୍ତ୍ରଣକୁ ଆସିଥିବା ଗାଁକୁ ଯାଇଥିଲେ। ସେନା ସେତେବେଳେ ମିୟାମାରର ଲୋକତାନ୍ତ୍ରିକ ଶୈଳୀରେ ନିର୍ବାଚିତ ସରକାରକୁ ବାହାର କରି ଦେଶର ଶାସନ ଭାର ସେନା ହାତକୁ ନେଇଥିଲା।

    • ଶିଳା ରାୟଙ୍କ ରିପୋର୍ଟ
  • ଭାରତ-ଚୀନ ମଧ୍ୟରେ ଆଲୋଚନା

    ଆଜି ଭାରତ ଚୀନ ମଧ୍ୟ୍ୟରେ ସୀମା ବିବାଦ ନେଇ ଆଲୋଚନା ହେବ । ଏଲଏସି ନିଜ ଅଞ୍ଚଳକୁ ସେନା ଫେରାଇ ନେଇ ଚାଲିଥିବା ପ୍ରକିୟାକୁ ତ୍ବରାନିତ କରିବା ପାଇଁ ଦୁଇ ପକ୍ଷଙ୍କ ମଧ୍ୟ୍ୟରେ ଆଲୋଚନା ହେବ। ଦୁଇ ଦେଶ ସମ୍ପର୍କରେ ସୁଧାର ପାଇଁ ଏହା ନିହ୍ୟାତି ଆବଶ୍ୟକ ବୋଲି କିଛି ଦିନ ତଳେ ବିଦେଶ ମନ୍ତ୍ରୀ ୱାଙ୍ଗ ୟି ସୁଚନା ଦେଇଥିଲେ । ଏଥି ସହ ଏସ୍. ଜୟଶଙ୍କର ଙ୍କ ସହ ଆଲୋଚନା କରିଥିଲେ। ପୁର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ଉଭୟ ଦେଶର ସମ୍ମାନଙ୍କୁ ରକ୍ଷା କରି ସମାଧଆନ ହେବା ନିହାତି ଆବଶ୍ୟକ। କାରଣ ସୀମା ବିବାଦ ଜାରି ରହିଲେ ଦୁଇ ଦେଶର ସ୍ବାର୍ଥହାନୀ ସହ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଚୀନ ପକ୍ଷରୁ କୁହାଯାଇଛି। ଏଲଏସିରେ ଭାରତ ଓ ଚୀନ ମୁହାଁମୁହିଁ ଦେହାପରେ ଦୁଇ ସେନୀ ସୀମାର ଅତି ନିକଟରେ ଡେରା ପକାଇଥିଲେ ପରେ ବିଭିନ୍ନ ପର୍ଯ୍ୟାୟରେ ସେମନା ପ୍ରତ୍ୟାହାର ଆରମ୍ଭ ହୋଇଛି ।

     ସ୍ମରଜିତ୍ ଆର୍ଯ୍ୟ ରିପୋର୍ଟ

  • ସେନାରେ ଭର୍ତ୍ତି ହେବା ସ୍ୱପ୍ନ ପୁରା ହେବ ପୂର୍ବରୁ ଚାଲିଗଲା ଜୀବନ

    ସେନାରେ ନିଯୁକ୍ତି ପାଇଁ ହାଇଓ୍ୱେରେ ଦୌଡୁଥିଲେ ୫ ଜଣ ଯୁବକ। ଇଛା ଥିଲା ସେନାରେ କାମ କରି ଦେଶ ପାଇଁ ଲଢିବାକୁ। ହେଲେ ଦୌଡୁଥିବା ବେଳେ ହଠାତ ଯେମିତି ଏକ ବଜ୍ର ମାଡି ଆସିଲା। ଏକ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ହରିୟାଣା ପଲଓ୍ୱଲରେ ଘଟିଛି ଏକ ଦୁଃଖଦ ଘଟଣା । ସେନାରେ ନିଯୁକ୍ତି ପାଇଁ ଯୁବକଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡିଥାଏ। ଏନେଇ ସେମାନେ ଦୌଡିବା, ପହଁରିବା,ଖେଳିବା ଭଳି ବହୁ କସରତ ସହ ପରିଶ୍ରମ କରି ନିଜକୁ ଫିଟ ରଖିଥାନ୍ତି। ରବିବାର ସକାଳୁ ପଲେଖ ଗାଁର କେଜିପି ଏକ୍ସପ୍ରେସ ଓ୍ୱେରେ ୫ ଜଣ ଯୁବକ ଦୌଡୁଥିଲେ। ଠିକ ସେହି ସମୟରେ ଏକ କାର ଖୁବ ଜୋରରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା।

    ତେବେ ଏହି ଦୁର୍ଘଟଣାରେ ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ଦୁଇ ଗୁରୁତର ଯୁବକ ଫରଦିବାଦର ଏକ ଡାକ୍ତରଖାନାରେ ଆୟୁସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ଦୁଇ ଯୁବକ ସୌରଭ ଏବଂ ସନ୍ନିଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ହେଉଛନ୍ତି ଲୋକେଶ, ହରିଶ ଏବଂ ବିବେକ।
    ସେପଟେ ପୋଲିସ କାରର ଚାଳକକୁ ଚିହ୍ନଟ କରିବା ସହ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିଏସପି ପଲଓ୍ୱାଲ ଯଶପାଲ ଖତାନା। ଅନ୍ୟପଟେ ଗାଁର ସମସ୍ତ ଯୁବକ ୫୫ଜଣିଆ ଟିମ ଗଠନ କରି ସେନା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ତାଲିମ ପାଇଁ ଦୌଡିବା ସହ ଶାରିରୀକ ପରିଶ୍ରମ କରୁଥିବା ଜଣାପଡିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ମଣିପୁରରେ ବଡ ଧରଣର ଭୂସ୍ଖଳନ

    ମଣିପୁରର ନୋନି ଜିଲ୍ଲାରେ ଏକ ବଡ ଧରଣର ଭୂସ୍ଖଳନ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ନିଖୋଜ ଥିହା ସୂଚନା ମିଳିଛି। ବୁଧବାର ମଧ୍ୟରାତ୍ରୀରେ ତୁପୁଲ ମଖୁମ ଅଞ୍ଚଳରେ ରେଳ ଷ୍ଟେସନର ନିକଟରେ ଭାରତୀୟ ସେନାର ୧୦୭ ଟେରିଟୋରାଲ୍ ଆର୍ମି କମ୍ପାନୀ କାର୍ଯ୍ୟରତ ଥିବା ବେଳେ ଘଟିଥିଲା ଏକ ବଡ ଧରଣର ଭୂସ୍ଖଳନ । ମୃତ୍ୟୁ ସଂଖ୍ୟା ବଢିବା ନେଇ ମଧ୍ୟ ଆଶଙ୍କା ରହିଛି ବୋଲି ଅଧିକାରୀ କହିଛନ୍ତି। ନିଖୋଜ ଥିବା ଲୋକଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଭୂସ୍ଖଳନରେ ସେନା ଶିବିର ଭୁଶୁଡି ଯାଇଛି। ଘଟଣାସ୍ଥଳରେ ୫୦ରୁ ଅଧିକ ଯବାନଙ୍କ ମାଟି ତଳେ ଚାପିହୋଇ ମୃତ୍ୟୁ ହୋଇଥିବା ବେଳେ ସାଧାରଣ ଲୋକେ ମଧ୍ୟ ଚାପି ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ୬ ମୃତଦେହ ଓ ୧୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଆହାତମାନଙ୍କୁ ନୋନି ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି।
    ସୂଚନା ଅନଯାୟୀ, ଜିରିବାମକୁ ଇମ୍ଫାଲ ସହିତ ସଂଯୋଗ କରିବା ଲାଗି ଏକ ରେଳ ଲାଇନର ନିର୍ମାଣ କାର୍ଯ୍ୟ ଚାଳିଛି । ସେଠାରେ ସୁରକ୍ଷା କାର୍ଯ୍ୟରେ ୧୦୭ ଟେରିଟୋରିଆଲ ଆର୍ମି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ବୁଧବାର ରାତିରେ ହୋଇଥିବା ଭୂସ୍ଖଳନ ଯୋଗୁଁ ସେନା ଶିବିର ଭୁଶୁଡି ପଡିଥିଲା। ଗୁରୁବାର ଖବର ପାଇ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ,ରିପୋର୍ଟ
  • ଅଗ୍ନିପଥ ଅଗ୍ନି ରେ ପୁଣି ଜଳିଲା ବିହାର…

    ଅଗ୍ନିପଥ ସ୍କିମ୍ ବିରୋଧରେ ବିହାରର ବିଭିର୍ନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ l ବଲିୟା ରେଳ ଷ୍ଟେସନରେ ଭିଡ଼ ଜମା ହୋଇଥିବାବେଳେ ବିକ୍ଷୋଭକାରୀମାନେ ଲକ୍ଷୀସାରାଈ ଠାରେ ଟ୍ରେନ୍ ଜାଳି ଦେଇଛନ୍ତି l ଆଜି ସକାଳୁ ଷ୍ଟେସନରେ ଫୋର୍ସ ମୁତୟନ କରାଯାଇଛି। ସେଠାରେ କିଛି ଅସାମାଜିକ ବ୍ୟକ୍ତି ପହଞ୍ଚିଥିଲେ କିନ୍ତୁ ସେମାନଙ୍କୁ ବହୁ କ୍ଷତି କରିବାକୁ ଅଟକାଯାଇଥିବାବେଳେ ସେମାନେ ପଥର ଫିଙ୍ଗିବାକୁ ଚେଷ୍ଟା କଲେ। ଉଚିତ ପଦକ୍ଷେପ ନିଆଯାଉଛି ବୋଲି ବଲିୟା ଜ଼ିଲ୍ଲା ପ୍ରସାଶନ ପକ୍ଷ ରୁ ପ୍ରକାଶିତ l

    ସେପଟେ ଲକ୍ଷୀସାରାଈ ପୋଲିସ କହିଛି ଉପଦ୍ରବୀ ମାନେ ଏକ ଆମ ଫୋନକୁ ଛଡ଼ାଇ ନେଇଥିବାବେଳେ ପାଞ୍ଚ ଟି କମ୍ପାର୍ଟମେଣ୍ଟ ଜାଳି ଦେଇଛନ୍ତି। ଏହି କାରଣ ରୁ ଯାତ୍ରୀମାନଙ୍କ ଗମନାଗମନ ଅବ୍ୟାହତ ହୋଇଥିବା ଜଣାପଡିଛି l

Back to top button