
EOW ଟାର୍ଗେଟରେ ବରିଷ୍ଠ ସାମ୍ୱାଦିକ। ଠକେଇ ମାମଲାରେ ସମ୍ପୃକ୍ତ ଥିବା ନେଇ ସାମ୍ୱାଦିକଙ୍କ ଉପରେ ଆସିଛି ଆରୋପ । ୯୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଥାନାରେ ହୋଇଛି ଅଭିଯୋଗ। ସେପଟେ ଏହି ଅଭିଯୋଗ ପରେ ଅର୍ଥନୈତିକ ଅପରାଧ ଶାଖା ତରଫରୁ ରେଡ ଜାରି ରହିଛି। ଗଣମାଧ୍ୟମ ସଂସ୍ଥାର ସମ୍ପାଦକଙ୍କ ଘରେ ହୋଇଛି ରେଡ। ତେବେ ରେଡ ସମୟରେ ସମ୍ପାଦକଙ୍କୁ ପାଇନଥିଲା EOW । ତେଣୁ ଏବେ ବି ସଂସ୍ଥାର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକଙ୍କୁ ଖୋଜୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଏହାରି ଭିତରେ ନିଜର ବୟାନ ରଖିଛନ୍ତି ସାମ୍ୱାଦିକ। ମୁଁ ଚ୍ୟାନେଲ କାମରେ ବାହାରେ ଅଛି । ଇଓଡବ୍ଲୁଠାରୁ ସମନ ପାଇ ତୁରନ୍ତ ସେମାନଙ୍କୁ ଚିଠି ଲେଖି ଏ କଥା ଜଣାଇଥିଲି । ରଥଯାତ୍ରା ପରେ ଦେଖା କରିବି ବୋଲି କହିଥିଲି । ଏହାପରେ ଇଓଡବ୍ଲୁ ପୁଣି ସମନ ଜାରି କରି ହାଜର ହେଉବାକୁ ଦେଇଥିଲା ନୋଟିସ, ଯାହାର ଉତ୍ତର ମୋର ଆଡଭୋକେଟ୍ ମେଲ୍ କରିଛନ୍ତି।
ହାର୍ଡ କପି ମଧ୍ୟ ଇଓଡବ୍ଲୁ ଅଫିସରେ ଦିଆଯାଇଛି। ଇଓଡବ୍ଲୁ ଏସପିଙ୍କ ସହ କଥା ବି ହେଇଛନ୍ତି ଓକିଲ। ତାହା ସତ୍ତ୍ବେ ଇଓଡବ୍ଲୁ ଭୋର୍ ୪ଟାରେ ମୋ ଘରେ ରେଡ୍ କରିବା ଆଶ୍ଚର୍ଯ୍ୟଜନକ । ସେମାନେ ଆସିବେ ବୋଲି ମୁଁ ଜାଣି ନ ଥିଲି । କେବେ ବି କାହାକୁ ଠକିବା ଆମ ଉଦ୍ଦେଶ୍ୟ ନୁହେଁ ।
ଏବେ ଦେଖିବାକୁ ବାକି ରହିଲା ଏହି ଘଟଣାରେ ଆଗକୁ କେଉଁ ମୋଡ ନେଉଛି।