ଶିନା ବୋରା ହତ୍ୟା: ଡ୍ରାଇଭର ଶ୍ୟାମବରକୁ ଜାମିନ

ମୁମ୍ବାଇ: ଶିନା ବୋରା ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଅଭିଯୁକ୍ତ ଶ୍ୟାମବର ରାୟକୁ ବମ୍ବେ ହାଇକୋର୍ଟ ଶନିବାର ଜାମିନ ପ୍ରଦାନ କରିଛନ୍ତି। ଜାମିନରେ ସମାନତା ଆଧାରରେ ଏହି ଜାମିନ ଦିଆଯାଇଛି। କାରଣ ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବତନ ସ୍ବାମୀ ସଞ୍ଜିବ ଖନ୍ନାଙ୍କ ପରି ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ଦିଆଯାଇ ସାରିଛି। ଶ୍ୟାମବର ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀଙ୍କ ଡ୍ରାଇଭର ଥିଲା। ସେ ମଧ୍ୟ ହତ୍ୟାରେ ସାମିଲ ଥିଲେ ମଧ୍ୟ ପରେ ସରକାରୀ ସାକ୍ଷୀ ହୋଇଥିଲା।

ଏହା ପୂର୍ବରୁ ମେ ୧୮ ତାରିଖରେ ସୁପ୍ରିମ କୋର୍ଟ ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସାଢେ ଛଅ ବର୍ଷ ପରେ ଜାମିନ ପ୍ରଦାନ କରିଥିଲେ। ଇନ୍ଦ୍ରାଣୀ ୨୦୧୫ ଅଗଷ୍ଟରେ ଗିରଫ ହେବା ପରଠାରୁ ମୁମ୍ବାଇର ବାଇଖେଲା ଜେଲରେ ରହୁଥିଲେ୧। ତାଙ୍କ ଜାମିନକୁ ବିରୋଧ କରି ସିବିଆଇ କହିଥିଲା କି, ନିଜ ଝିଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିବା ପରି ଜଘନ୍ୟ ଅପରାଧ କରିଥିବା ଇନ୍ଦ୍ରାଣୀ ଜାମିନ ପାଇଁ ଯୋଗ୍ୟ ନୁହେଁ।  

୨୦୧୨ ଏପ୍ରିଲ ୨୪ ତାରିଖରେ ଶିନା ବୋରାଙ୍କ କମ୍ପାନୀକୁ ତାଙ୍କ ଇସ୍ତଫା ମିଳିଥିଲା, ଯାହାକୁ ନେଇ ସିବିଆଇ କହିଥିଲା କି, ଶିନାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ମିଖାଇଲ ଏହି ଇସ୍ତଫା ପଠାଇଥିଲା।

୨୦୧୨ ମେ ୨୩ରେ ପୁଲିସ ମହାରାଷ୍ଟ୍ରର ରାୟଗଢରୁ ଏକ କ୍ଷତବିକ୍ଷତ ମୃତଦେହ ପାଇଥିଲା। ପରେ ସିବିଆଇ ଦାବି କରିଥିଲା କି, ତାହା ଶିନାଙ୍କର ଥିଲା। 

୨୦୧୫ ଅଗଷ୍ଟ ୨୧ରେ ଇନ୍ଦ୍ରାଣୀଙ୍କ ପୂର୍ବତନ ଚାଳକ ଶ୍ୟାମବରକୁ ପୁଲିସ ଅବୈଧ ହତିଆର ରଖିବା ଅଭିଯୋଗରେ ଗିରଫ କରିଥିଲା। ସେତେବେଳେ ଶ୍ୟାମବାର ତିନି ବର୍ଷ ପୁରୁଣା ଶିନା ହତ୍ୟା ଓ ଅପରାଧରେ ଇନ୍ଦ୍ରାଣୀଙ୍କ ସମ୍ପୃକ୍ତି ସମ୍ପର୍କରେ କହିଥିଲା।

୨୦୧୫ ଅଗଷ୍ଟ ୨୫ରେ ଇନ୍ଦ୍ରାଣୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା।

୨୦୧୫ ଅଗଷ୍ଟ ୨୬ରେ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ବାମୀ ସଂଜୀବ ଖନ୍ନାଙ୍କୁ କୋଲକାତାରୁ ଗିରଫ କରାଯାଇଥିଲା।

୨୦୧୫ ସେପ୍ଟେମ୍ବର ୧ରେ  ଇନ୍ଦ୍ରାଣୀଙ୍କ ପୂର୍ବତନ ବନ୍ଧୁ ସିଦ୍ଧାର୍ଥ ଦାସ ନିଜକୁ ଶିନାଙ୍କ ପ୍ରକୃତ ବାପା ହେବାର ଦାବି କରିଥିଲେ।

୨୦୧୫ ସେପ୍ଟେମ୍ବର  ୧୮ରେ ମାମଲା ସିବିଆଇ ହାତକୁ ଯାଇଥିଲା ।

୨୦୧୫ ନଭେମ୍ବର ୧୯ରେ ଇନ୍ଦ୍ରାଣୀଙ୍କ ତତ୍କାଳୀନ ସ୍ବାମୀ ପିଟର ମୁଖାର୍ଜୀଙ୍କୁ ସିବିଆଇ ଗିରଫ କରିଥିଲା।

୨୦୨୦ ଫେବୃଆରୀ ୬ରେ ମୁମ୍ବାଇ ହାଇକୋର୍ଟ ଇନ୍ଦ୍ରାଣୀଙ୍କ ଜାମିନ ଯାଚିକାକୁ ଖାରିଜ କରିଦେଲେ କି, ଶ୍ୟାମ ରାୟ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ସାକ୍ଷୀ ଦେଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *