
ଭୁବନେଶ୍ବର ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ଚିତ୍ତରଞ୍ଜନକୁ କମିସନରେଟ୍ ପୋଲିସ ଗିରଫ କରିଛି। ଅଭିଯୁକ୍ତ ବୟଫ୍ରେଣ୍ଡ ନିଜର ଦୋଷ ସ୍ଵୀକାର କରିଛି। ଅଧିକ ଜେରା ପାଇଁ ପୋଲିସ ଚିତ୍ତରଞ୍ଜନକୁ ରିମାଣ୍ଡରେ ଆଣିବ। ତଦନ୍ତ ବେଳେ ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ କରାଯାଇଥିବା ଡିସିପି ପ୍ରତୀକ ସିଂହ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
୨୦୧୪ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ଚିତ୍ତ ରଞ୍ଜନ ସତ୍ୟ ନଗରରେ ଡ୍ରାଇଭର କାମ କରନ୍ତି। ଅଛନ୍ତି। ୨୦୧୯ରେ ଚିତ୍ତ ଓ ଶୁଭଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ସଂପର୍କ ବଢିବା ସହ ଉଭୟ ଲଜ୍ରେ ରହୁଥିଲେ ଏବଂ ବାହାରେ ବୁଲାବୁଲି କରୁଥିଲେ। ଶୁଭଶ୍ରୀଙ୍କ ପରପୁରୁଷ ସହ ସଂପର୍କକୁ ନେଇ ସ୍ଵାମୀ ସନ୍ଦେହ କରୁଥିଲେ। ତେବେ ଅନ୍ୟ ଜଣେ ପୁରୁଷଙ୍କ ସହ ଶୁଭଶ୍ରୀ ମିଳାମିଶା କରିବାକୁ ନେଇ ଚିତ୍ତ ରାଗି ଏଣୁତେଣୁ କହିଥିଲେ। ତେବେ ଶୁଭଶ୍ରୀଙ୍କ ସହ ଚିତ୍ତରଞ୍ଜନଙ୍କ ପ୍ରବଳ ଝଗଡା ହୋଇଥିଲା। ଝଗଡା ପରେ ଶୁଭଶ୍ରୀ ମାନସିକ ଚାପରେ ଥିଲେ।
ଆତ୍ମହତ୍ୟା ପୂର୍ବରୁ ସେ ଚିତ୍ତରଞ୍ଜନଙ୍କୁ ଶେଷ ଥର କଲ୍ କରିଥିଲେ ଏବଂ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଏହାପରେ ଚିତ୍ତରଞ୍ଜନ ଘରେ ପହଞ୍ଚି ଦେଖିବା ବେଳକୁ ଶୁଭଶ୍ରୀ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରି ସାରିଥିଲେ। ଚିତ୍ତରଞ୍ଜନ କବାଟ ଖୋଲି ଶୁଭଶ୍ରୀଙ୍କ ମୃତଦେହକୁ ତଳକୁ ଓହ୍ଲାଇବା ସହ ବେକରୁ ଓଢ଼ଣୀ ନେଇ ବରୁଣେଇରେ ଫିଙ୍ଗି ଦେଇଥିଲେ । ଶୁଭଶ୍ରୀ ଓ ଚିତଙ୍କ ମଧ୍ୟରେ ଝଗଡା ହୋଇଥିବାବେଳେ କିଛି ମାଡ ମାରିଥିବା ଦାଗ ରହିଛି । ଚିତ୍ ରଞ୍ଜନ ଜେନା ଗିରଫ କରାଯାଇଛି । ୩୦୬ ଓ ୨୦୧ ଦଫାରେ ଗିରଫ ହୋଇଛି ଥିବା ଡିସିପି ସୂଚନା ଦେଇଛନ୍ତି।
ପୁଲିସ ୩୦ କିଲୋମିଟର ଦୂର ବରୁଣେଇ ପାହାଡ଼ ବାଇପାସ ରୁ ଶୁଭଶ୍ରୀଙ୍କ ଓଢ଼ଣୀ ଜବତ କରିଛି। ଗୋଟିଏ ଜରି ଭିତରେ ଦିଆସିଲି ସହ ଓଢଣୀ ଥିଲା। ବୟଫ୍ରେଣ୍ଡ ଚିତ୍ତରଞ୍ଜନ ଜେନାକୁ ପଚରାଉଚରା ବେଳେ ଓଢଣୀ ନେଇ ସୁରାଗ ମିଳିଥିଲା । ଏହାପରେ ଘଟଣାସ୍ଥଳକୁ ନେଇ ପୋଲିସ ତଦନ୍ତ କରିଥିଲା । ଚିତ୍ତରଞ୍ଜନ ନିଜର ଦୋଷ ସ୍ଵୀକାର କରିଛି।ମୃତ୍ୟୁ ପୂର୍ବରୁ ଶୁଭଶ୍ରୀଙ୍କ ଚିତ୍ତରଞ୍ଜନ ସହିତ ଝଗଡ଼ା ହୋଇଥିଲା । ଯେଉଁଥିପାଇଁ ଶୁଭଶ୍ରୀ ମାନସିକ ଚାପରେ ଆତ୍ମହତ୍ୟା କରିଥିବା କୁହାଯାଉଛି।