ସ୍ତ୍ରୀର ଆକ୍ରମଣରେ ସ୍ୱାମୀ ମୃତ

Spread the love

ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଅତି ହିଁ ପବିତ୍ର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥାନ୍ତି ଦୁଇ ଭିନ୍ନ ମଣିଷ। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଯୋଗୁ ପରିବାର ହସଖୁସିରେ ବିତିଥାଏ। ହେଲେ ସ୍ତ୍ରୀକୁ ସ୍ୱାମୀ ଜିନ୍ସ ପିନ୍ଧିବାକୁ ମନା କରିବାରୁ ସ୍ତ୍ରୀ ସ୍ବାମୀଙ୍କୁ କରିଛି ଛୁରାମାଡ, ଯେଉଁଥିରେ ସ୍ୱାମୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଝାଡଖଣ୍ଡ ଜାମତରା ଜିଲ୍ଲା ଜିରୋଭିଟା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସ୍ତ୍ରୀକୁ ଜିନ୍ସ ପିନ୍ଧିବାକୁ ବାରଣ କଲା ସ୍ୱାମୀ। ଏଥିରେ ରାଗିଯାଇ ସ୍ତ୍ରୀ ଥରେ ନୁହେଁ ବହୁ ଥର ଛୁରୀରେ ସ୍ବାମୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଦେଲା।

ପରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଷ୍ପା ହେମ୍ୱ୍ରମ୍ ନାମକ ଜଣେ ମହିଳା ଦିନେ ଏକ ମେଳାକୁ ଜିନ୍ସ ପିନ୍ଧି ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସ୍ୱାମୀ ଆନ୍ଦୋଳନ ଟୁଡୁ ସ୍ତ୍ରୀ ପୁଷ୍ପାଙ୍କୁ ବୁଝାଇବାକୁ ଲାଗିଥିଲେ। ଆମ ଦୁଇ ଜଣଙ୍କର ବାହାଘର ସରିଛି। ତମେ ଜିନ୍ସ ପିନ୍ଧନାହଁ। ଏତିକି କଥା ଶୁଣି ପୁଷ୍ପା ରାଗି ଯାଇ ଏଭଳି କାଣ୍ଡ ଘଟାଇଛନ୍ତି। ମୃତକଙ୍କ ବାପା କର୍ଣ୍ଣେଶ୍ୱର ଟୁଡୁ କହିଛନ୍ତି କି ତାଙ୍କ ପୁଅ ୩ ମାସ ପୂର୍ବରୁ ଜାମତରା ଜିଲ୍ଲାର ଧୁଡକେବ୍ରା ଗାଁର ଜାନେଶ୍ୱର ହେମ୍ୱ୍ରମଙ୍କ ଝିଅ ପୁଷ୍ପା ହେମ୍ୱ୍ରମଙ୍କୁ ବିବାହ କରିଥିଲେ।

ଜୁଲାଇ ୧୨ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଏତେ ଉଗ୍ର ରୂପ ନେଇଥିଲା ଯେ ଦୁହେଁ ରୁମରୁ ବାହାରି ଆସି ଜୋରରେ ଝଗଡା ଲାଗିଥିଲେ। ତେବେ ଝଗଡାର ମୁଖ୍ୟ କାରଣ, ତାଙ୍କ ପୁଅ ବୋହୂ ପୁଷ୍ପାକୁ ଜିନ୍ସ ପିନ୍ଧିବାକୁ ମନା କରିଥିଲା। ଏଥିରେ ବୋହୂ ପୁଷ୍ପା ପୁଅକୁ ଛୁରୀରେ ଆକ୍ରମଣ କରି ଗୁରୁତର କରିଥିଲା। ପୁଅକୁ ଧାନବାଦ ପିଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାର ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନାଧିକାରୀ ଅବଦୁଲ ରେହମାନ।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *