ଦୁର୍ଘଟଣା
ନର୍ମଦା ନଦୀରେ ଖସିଲା ବସ୍,,,୧୨ ମୃତ ୧୫ ଆହତ

ମଧ୍ୟପ୍ରଦେଶରେ ବସ୍ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଧାର୍ ଜିଲ୍ଲାର ନର୍ମଦା ନଦୀରେ ଖସି ପଡିଥିବା ସୂଚନା ମିଳିଥିବାବେଳେ ଏହି ଦୁର୍ଘଟଣାରେ 15 ଜଣଙ୍କୁ ଉଦ୍ଧାର କରାଯାଇ ଏପର୍ଯ୍ୟନ୍ତ 12 ଟି ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ବସ୍ ଖସିଯିବା ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୁଁ ସରକାର ଏବଂ ପ୍ରଶାସନକୁ ଦାବି କରୁଛି ଯେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରି ଲୋକଙ୍କୁ ରିଲିଫ ଯୋଗାଇବା କାର୍ଯ୍ୟ କରାଯାଉ l