ଅଭିନବ ଉପାୟରେ ସ୍ଵର୍ଣ୍ଣ ଅଳଙ୍କାର ଲୁଟ। ଭଦ୍ରକ ବାଇପାସ ସ୍ଥିତ କୋଣାର୍କ ଜୁଏଲାର୍ସରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ନେଇ ଚମ୍ପଟ ମାରିଲା ଲୁଟେରା। ଜଣେ ଯୁବକ ମୁହଁରେ ମାକ୍ସ ପିନ୍ଧି କୋଣାର୍କ ଜୁଏଲର୍ସ କୁ ସୁନା କିଣିବା ବାହାନାରେ ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାର ଦେଖିଲେ। ୩ଟି ହାର ସହ ୨ଟି ମଙ୍ଗଳ ସୂତ୍ର ପସନ୍ଦ କଲେ। ଅନ୍ୟ ଜଣେ ଗ୍ରାହକ ସୁନା ଦେଖୁଥିବା ବେଳେ, ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ କେହି କିଛି ଜାଣିବା ଆଗରୁ ହଠାତ୍ ଲୁଟେରା ଜଣକ ପସନ୍ଦ କରିଥିବା ସୁନା ଗହଣା ନେଇ ବାହାରକୁ ଦୌଡି ପଳାଇ ଯାଇଥିଲା। ତେବେ ଦୋକାନ କର୍ମଚାରୀ ଲୁଟେରା କୁ ଧରିବା ପାଇଁ ପଛେ ପଛେ ଦୌଡ଼ି ଥିଲେ ମଧ୍ୟ ପୂର୍ବରୁ ପ୍ରସ୍ତୁତ ଥିବା ଏକ ବାଇକରେ ବସି ଲୁଟେରା ଜଣକ ଫେରାର ହୋଇଯାଇଥିଲା। ତେବେ ଲୁଟେରା ଧରିବା ପାଇଁ ଯେତେ ଚେଷ୍ଟା କରିଥଲେ ମଧ୍ୟ ଲୁଟେରାର ଟେର ପାଇ ନ ଥିଲେ ଦୋକାନୀ। ଟାଉନ୍ ଥାନା ପୋଲିସ ପହଁଚି ତଦନ୍ତ ଚଳାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now