ଚମ୍ପୁଆରୁ ଚୋରି ହୋଇଥିବା ଗାଡ଼ିକୁ ଝାଡ଼ଖଣ୍ଡ ଚାଇବସା ଅଞ୍ଚଳରୁ ଉଦ୍ଧାର କରିଛି ଚମ୍ପୁଆ ପୋଲିସ। ଚମ୍ପୁଆ ମୁସଲିମ ବସ୍ତିର ଇକୋ ଭ୍ୟାନ ସବୁଦିନ ପରି ଘର ସମ୍ମୁଖରେ ରଖାଯାଇଥିଲା। ୨୧ ତାରିଖ ରାତିରେ ଘର ସମ୍ମୁଖରୁ ଗାଡ଼ିଟି ଚୋରି ହୋଇଥିଲା। ଚୋର ମାନେ ଗାଡ଼ିକୁ ଗୋଧୂଳି ରାସ୍ତାରେ ଝାଡ଼ଖଣ୍ଡ ଆଡେ ନେଇ ଯାଇ ଚମ୍ପୁଆ ସୀମାରେ ଥିବା ଦେଓଗାଁ ସରକାରୀ ମଦ ଦୋକାନର ସଟର ଭାଙ୍ଗି ମଦ ଲୁଟ କରି ଫେରାର ହୋଇଯାଇଥିଲେ। ସକାଳେ ଗାଡ଼ି ଚୋରି ହେବା ନେଇ ଗାଡ଼ି ମାଲିକ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଚମ୍ପୁଆ ଓ ଝାଡ଼ଖଣ୍ଡ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପଟେ ଗାଡ଼ି ନେଇ ଫେରାର ହେଉଥିବା ବେଳେ ଗାଡିରୁ ତେଲ ସରିଯିବାରୁ ଚୋରମାନେ ଗାଡ଼ିକୁ ଚାଇବସା ନିକଟରେ ଛାଡି ଫେରାର ହୋଇଯାଇଥିଲେ। ଚମ୍ପୁଆ ପୋଲିସ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now