କଟକ ଜିଲ୍ଲା ମାହାଙ୍ଗା ଥାନା ଜୟପୁର ଫାଣ୍ଡି ଅଧିକାରି ମନୋଜ ବେହେରା ପୋଲିସ ଗାଡିରୁ ଓହ୍ଲାଇ ପାଖକୁ ଡାକି ସମସରପୁରର ଜଣେ ଯୁବକ ଦେଵବ୍ରତ ପ୍ରଧାନଙ୍କୁ ନିସ୍ତୁକ ମାଡ଼ମାରିଥିବା ନେଇ ସେ ପୋଲିସ ମହା ନିର୍ଦେଶକଙ୍କୁ ଲିଖିତ ଅଭିଯୋଗ କରିବା ପରେ ଏହାର ତଦନ୍ତ କରିଥଲେ ଜଣେ ଅତିରିକ୍ତ ଏସପି ପାହ୍ୟା ଅଫିସର। ଆଜି ସେ ଏହି ଘଟଣାରେ ନିଲମ୍ବିତ ହୋଇଥିବା ନେଇ କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏକ ଜମିଜମା ଘଟଣାରେ ଅଭିଯୋଗକାରୀ ତାଙ୍କ ବଡ଼ମାଆଙ୍କ ସହ ପାଟିତୁଣ୍ଡ ହେଉଥିବା ବେଳେ ପୋଲିସ ଗାଡ଼ିରେ ଫାଣ୍ଡି ଅଧିକାରୀ ଆସି ଏଭଳି ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପଟେ ଅଭିଯୋଗକାରୀ କିମ୍ବା ନିଲମ୍ବିତ ପୋଲିସ ଅଫିସରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now