ଅଟୋମେଟିକ୍ କି ଆକ୍ସିଡେଣ୍ଟାଲ ପର୍ଣ୍ଣୋଗ୍ରାଫି ଡାଉନଲୋଡ଼ ଅପରାଧ ନୁହେଁ

Spread the love

ଅଟୋମେଟିକ୍ କି ଆକ୍ସିଡେଣ୍ଟାଲ ପର୍ଣ୍ଣୋଗ୍ରାଫି ଡାଉନଲୋଡ଼କୁ ଅପରାଧଭୁକ୍ତ କରିହେବନି। ଯୌନଉଦ୍ଦୀପକ ଦୃଶ୍ୟରେ ଯେଉଁଠି ପିଲାଙ୍କ ସଂପୃକ୍ତି ଥିବ, ସେ ସବୁ ଭିଡ଼ିଓ ଯଦି ଅଟୋମେଟିକ୍ କି ଆକ୍ସିଡେଣ୍ଟାଲି ଡାଉନଲୋଡ଼ ହେବ, ତାକୁ ଆଇଟି ଆକ୍ଟର ୬୭ ବି ଧାରାରରେ ଅପରାଧ କୁହାଯିବନି। ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ। ମାମଲା ଥିଲା ଏମିତି। ପୋକ୍ସୋ ଆକ୍ଟ ଓ ଆଇଟି ଆକ୍ଟରେ ଜଣଙ୍କ ବିରୁଦ୍ଧରେ ମାମଲା ହୋଇଥିଲା। ଅଭିଯୋଗ ଥିଲା ଯେ, ସଂପୃକ୍ତ ବ୍ୟକ୍ତି ପିଲାଙ୍କ ଯୌନ ଉଦ୍ଦୀପକ ଭିଡ଼ିଓକୁ ଟେଲିଗ୍ରାମରୁ ଡାଉନଲୋଡ କରି ନିଜ ଫୋନରେ ରଖିଥିଲେ। କିନ୍ତୁ କୋର୍ଟ ହୃଦବୋଧ କରିଥିଲେ ଯେ, ସେମିତି କୌଣସି ପ୍ରାଥମିକ ପ୍ରମାଣ ନାହିଁ। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତର ଡିଭାଇସରେ କିଛି ପର୍ଣ୍ଣୋଗ୍ରାଫି ଭିଡ଼ିଓ ସେଭ୍ ଅଛି। କିନ୍ତୁ ଏଥିରୁ କୌଣସି ପ୍ରମାଣ ମିଳୁନି ଯେ, ଉଦ୍ଦେଶ୍ୟମୂଳକ ଭାବେ ଡାଉନଲୋଡ଼ କରିଛନ୍ତି। ଏପରିକି ଏହି ଭିଡ଼ିଓକୁ ବି ସଂପୃକ୍ତ ବ୍ୟକ୍ତି ନା କାହାକୁ ସେୟାର କରିଛନ୍ତି ନା କାହାକୁ ପଠାଇଛନ୍ତି ନା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କାହାକୁ ଦେଖାଇଛନ୍ତି। କେମିକାଲ ଆନାଲିସିସିରୁ ଏହା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *