ଅଧ୍ୟାପକଙ୍କ ଅସଦାଚରଣରେ ଛାତ୍ରୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରେ+୨ ବାଣିଜ୍ୟ ପରୀକ୍ଷା ଦେଉଥିବା ବେଳେ ନିରୀକ୍ଷକ ଜଣେ ଅଧ୍ୟାପକଙ୍କ ଛାତ୍ରୀ ପ୍ରତି ଅସଦାଚରଣ ଲାଗି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ମାଆ l ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ବଡପଡା ପଂଚାୟତର ମୁଲୁଗାଇ ଗାଁର ସୌମ୍ୟା ଶ୍ୱାଶତି ନାୟକ ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ l ପରୀକ୍ଷାରୁ ଫେରି ଘରେ ନିରୀକ୍ଷକ ସ୍କ୍ୱାର୍ଡର ଜଣେ ଅଧ୍ୟାପକ ତାଙ୍କୁ ଅସଦାଚରଣ କରିବା ସହ କମନ୍ ରୁମ୍ କୁ ଡାକି ତାଙ୍କର ସମ୍ବେଦନଶିଳ ଅଙ୍ଗରେ ହାତ ମାରିଥିବା ନେଇ କହିଥିଲେ l ପରେ ଘରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ନେଇ ମାଆ ଲକ୍ଷ୍ମୀପ୍ରିୟା ନାୟକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l କିନ୍ତୁ ୧୯ ତାରିଖ ପରୀକ୍ଷାରେ ଅସଦାଚରଣ ଅଭିଯୋଗ ହୋଇଥିଲେ ମଧ୍ୟ ଛାତ୍ରୀ ଜଣଙ୍କ ୨୪ ତାରିଖରେ ଆତ୍ମହତ୍ୟା କରିଥିଲା ଓ ପରିବାର ଲୋକେ ଗତ ୧ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି l ବାସ୍ତବ ସତ୍ୟାସତ୍ୟ ପୋଲିସ ତଦନ୍ତ ପରେ ଜଣା ପଡିବ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *