student

  • ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ଛାତ୍ରଛାତ୍ରୀ

    ବରଗଡ: ମଧ୍ୟାହ୍ନ ଭୋଜନ ଖାଇ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସୋହେଲା ବ୍ଲକ ବ୍ରାହ୍ମଣଡିହି ଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ରନ୍ଧା ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ବିଦ୍ୟାଳୟର ଶିକ୍ଷକଙ୍କୁ ଅସୁସ୍ଥ ଥିବା ନେଇ ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କୁ ସୋହେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପାଞ୍ଚରୁ ଦଶ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନରେ କିଛି ବିଶାକ୍ତ ଜିନିଷ ପଡିଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି।

  • ଦଳିତ ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ନିଲମ୍ୱିତ

    ଲକ୍ଷ୍ନୌ: ଶିକ୍ଷକଙ୍କ ଗାଡିରେ ହାତ ମାରିଦେବାରୁ ନିର୍ଦ୍ଧୁମ ମାଡ ହୋଇଛି ଦଳିତ ଛାତ୍ରଙ୍କୁ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାର ନଗରା ଅଞ୍ଚଳର ଏକ ବିଦ୍ୟାଳୟରେ। ଏହି ଘଟଣାରେ ଶିକ୍ଷକଙ୍କୁ ନିଲମ୍ୱିତ କରାଯାଇଛି। ତେବେ ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ ମଣିରାମ ସିଂ କହିଛନ୍ତି ଯେ, ଏହି ଖବର ପାଇବା ମାତ୍ରକେ ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ପ୍ରାଥମିକ ଅନୁସନ୍ଧାନ କରାଯାଇଥିଲା ଏବଂ ଏହି ରିପୋର୍ଟରେ ଶିକ୍ଷକ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ ବିରୋଧରେ ସଙ୍ଗେ ସଙ୍ଗେ ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକ କୃଷ୍ଣ ମୋହନ ଶର୍ମାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ୱିତ କରାଯାଇଛି। ଏହି ଘଟଣାରେ ପୋଲିସ ଶନିବାର ଶିକ୍ଷକ କୃଷ୍ଣଙ୍କ ବିରୋଧରେ  ମାମଲା ରୁଜୁ କରିଛି।

    ପୋଲିସର ସୂଚନା ଅନୁସାରେ, ଜିଲ୍ଲା ନଗରା ଥାନା ଅଞ୍ଚଳର ଭୀମପୁର ନମ୍ୱର-୨ ଗାଁର ବାସିନ୍ଦା ବିବେକ ନଗରା ରନାପୁରର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର। ବିବେକ ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ଶୁକ୍ରବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ସ୍କୁଲ ଶିକ୍ଷକ କୃଷ୍ଣ ମୋହନ ଶର୍ମାଙ୍କ ବାଇକରେ ହାତ ରଖିଦେଇଥିଲେ।

    ଏହାପରେ ଶିକ୍ଷକ ରାଗି ଯାଇ ବିବେକଙ୍କ କର୍ଲର ଧରି ତାଙ୍କୁ ଟାଣି ନେଇ ଏକ କ୍ଲାସ ରୁମରେ ବନ୍ଦ କରିଦେଇଥିଲେ। ତାପରେ ଶିକ୍ଷକ ବିବେକକୁ ଲୁହା ପାଇପ ଓ ଝାଡୁରେ ପିଟିବା ସହ ତାଙ୍କ ତଣ୍ଚି ଚିପି ଦେଇ ଅକଥନୀୟ ଅତ୍ୟାଚାର କରିଥିଲେ। ସ୍କୁଲର ଅନ୍ୟ ଶିକ୍ଷକ ଓ ଛାତ୍ରମାନେ ଆସି ଶିକ୍ଷକଙ୍କୁ ଅଟକାଇ ବିବେକଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଘଟ ହେବାପରେ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ହୋହାଲା କରିଥିଲେ।

    ଘଟଣା ସ୍ଥଳରେ ନଗରା ପୋଲିସ ଏବଂ ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବଙ୍କୁ ବୁଝାସୁଝା କରି ଉତ୍ତେଜନାକୁ ଆୟତ୍ତ କରିଲେ। ଛାତ୍ର ଜଣଙ୍କ ଦଳିତ ବର୍ଗର ହୋଇଥିବାରୁ ତାଙ୍କୁ ଏପରି ଅକଥନୀୟ ଅତ୍ୟାଚାର ଦିଆଯାଇଛି ବୋଲି ଛାତ୍ରର ମାଆ କୌଶୀଳା ଅଭିଯୋଗ କରିଛନ୍ତି। ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ଏହାର ତଦନ୍ତ ଜାରି ରଖିଛି।

    • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
  • ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ର

    ମାଲକାନଗିରି: ଦୀର୍ଘଦିନ ଧରି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଜାରୀ ରହିଛି ଅବ୍ୟବସ୍ଥା। ଏନେଇ ଛାତ୍ରଛାତ୍ରୀ ଅଭିଯୋଗ କଲେ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା କର୍ଣ୍ଣପାତ କରୁନାହାନ୍ତି। ପ୍ରତି ମାସରେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଚାଉଳକୁ ହଷ୍ଟେଲର ୱାର୍ଡନ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ୱାର୍ଡନଙ୍କ ଝିଅକୁ ଧରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି। ଏପଟେ ହଷ୍ଟେଲରେ ପାନୀୟ ଜଳର ସୁବିଧା ନଥିବା ବେଳେ ପାଇଖାନା ବ୍ୟବସ୍ତା ନ ଥିବା ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଛାତ୍ର ମାନେ ଡ୍ରେନ ସଫା କରୁଥିବା ବେଳେ ୱାର୍ଡନଙ୍କ ସମସ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ଅତିଷ୍ଠ ହୋଇ ପ୍ରାୟ 15 ରୁ 20 ଜଣ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛନ୍ତି।

  • ଔଷଧ ଖାଇ ଅସୁସ୍ଥ

    ଗଞ୍ଜାମ: ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଜୁରା ସରକାରୀ ଉନ୍ନୀତ ବିଦ୍ୟାଳୟରେ ଅଘଟଣ। ଅଚାନକ ଅଚେତା ହୋଇ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ। ବିଦ୍ୟାଳୟରେ କୃମି ଔଷଧ ଖାଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି। ତେବେ ପିଲାମାନଙ୍କୁ କୃମି ଔଷଧ ଖାଇବାକୁ ଦେବା ଫଳରେ ୧୦ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଆମ୍ୱୁଲାନ୍ସ ଯୋଗେ ଆଡ଼ପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ପିଲାଙ୍କୁ ମନ ଇଚ୍ଛା ଔଷଧ ଦିଆଯାଉଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଚିକିତ୍ସା ଜାରି ରହିଥିବା ବେଳେ ଆଉ କିଛି ପିଲାଙ୍କୁ ମେଡିକାଲ ଆଣିବାପାଇଁ ବ୍ୟବସ୍ଥା କରାଯାଇଛି।

  • ଦୋଷୀ ବିରୁଦ୍ଧରେ ନିଆଯାଉ ଦୃଢ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ ଅଶୋକ ପଣ୍ଡା

    ଭୁବନେଶ୍ୱର :  ଘାଟିକିଆ ସ୍ଥିତ ଘରୋଇ ସ୍କୁଲ ରେ ଫି ନ ଦେବାରୁ ପିଲାଙ୍କୁ ୫ ଘଣ୍ଟା ଧରି ବନ୍ଦୀ କରିବା ଘଟଣା । ଘଟଣାକୁ ନେଇ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି ଯାହାର ଦୋଷୀ ବିରୁଦ୍ଧରେ ଦୃଢ  କାର୍ଯ୍ୟାନୁଷ୍ଠାନ ହେଉ। ଏହା ଶିକ୍ଷାର ବିରୁଦ୍ଧଚରଣ । ସ୍ପୃହଣୀୟ ନୁହେଁ ।  ମୁଁ ଖୋର୍ଦ୍ଧା ଜିଲ୍ଲାପାଳ, ବିଇଓ , ଡିଇଓ , ଭରତପୁର ଆଇଆଇସିଙ୍କ ସହ କଥା ହୋଇଛି ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାସଙ୍କ ସହବି କଥା ହୋଇଛି ।  ସେ ବିଭାଗୀୟ ସଚିବଙ୍କ ଜରିଆରେ ସମ୍ପୃକ୍ତ ସ୍କୁଲକୁ  କାରଣ ଦର୍ଶାଅ ନୋଟିସ୍ ଦେଇଛନ୍ତି ।  କାହିଁକି ସ୍କୁଲର ସ୍ବୀକୃତି ପ୍ରତ୍ୟାହାର ହେବ ନାହିଁ ବୋଲି।  ଏହା ପିଲା ମାନଙ୍କ ମାନସିକ ନିର୍ଯ୍ୟାତନା ଦେଇଛି ବୋଲି ମନ୍ତ୍ରୀ କହିଛନ୍ତ। ସେପଟେ ଏପିଜେ ସ୍କୁଲରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ହେଲାଣି ବିଇଓ ଓ ଡିଇଓ ଛାତ୍ରଛାତ୍ରୀ ଓ ଶକ୍ଷକ ମାନଙ୍କୁ ପଚରା ଉଚରା କରୁଛନ୍ତି ।

  • ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ଶିକ୍ଷା: କେଜ୍ରିୱାଲ

    ନିର୍ବାଚନ ସମୟରେ ଲୋକମାନଙ୍କୁ ପ୍ରତିଶ୍ରୁତିର ପାହଡ ଦିଆଯାଏ କାହିଁକି । ଏନେଇ ମତ ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ନିର୍ବାଚନ ସମୟରେ ଭୋଟରଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଉଛି ତାହା ଲାଞ୍ଚ ନୁହେଁ ବଂର୍ ରାଷ୍ଟ୍ରୀୟ ଦାୟିତ୍ୱ ବୋଲି ସେ କହିଛନ୍ତି । କେଜ୍ରିୱାଲ କହିଛନ୍ତି  ଦିଲ୍ଲୀରେ ସେ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀରେ ସରକାରୀ ବିଦ୍ୟାଳୟ ଗୁଡିକରେ ୧୮ ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକର ସ୍ଥିତି ଅତି ଖରାପ ଥିଲା । ମାତ୍ର ବର୍ତ୍ତମାନ ସରକାରୀ ସ୍କୁଲର ଚିତ୍ର ଓ ସ୍ଥିତି ବଦଳିଛି । ସେ ମାଗଣା ଶିକ୍ଷାକୁ ଗୁରୁତ୍ୱ ଦେଉନହାଁନ୍ତି ବଂର ଦେଶ ଭବିଷ୍ୟତ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଦିଲ୍ଲୀରେ ମହାଲ ଜରିଆରେ ମାଗଣା ସ୍ୱାସ୍ଥ୍ୟ ସେବା ଚାଲିଛି । ସବୁ ବର୍ଗର ଲୋକ ସୁବିଧା ପାଉଛନ୍ତି । ମାଗଣା ପାନୀୟଜଳ, ବିଦ୍ୟୁତ ବା ବିଶ୍ୱଅବସ୍ତରୀୟ ପ୍ରଥାମକି ଶିକ୍ଷା ରାଷ୍ଟ୍ରର ଦାୟିତ୍ୱ ବୋଲି ସେ କହିଛନ୍ତି । ଦିଲ୍ଲୀରେ ମାଗଣା ୨୦୦ ୟୁନିଟ୍ ପଞ୍ଜାବରେ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ପ୍ରଦାନକୁ ଯଥାର୍ଥ ବୋଲି କହିଛନ୍ତି କେଜ୍ରିୱାଲ ।

    ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

  • ଅନ୍ଧାରକୁ ଠେଲି ହୋଇଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

    ଅନ୍ଧାରକୁ ଠେଲି ହୋଇଯାଇଛି ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କଲେଜ ପଢିବା ସମୟରେ ଡାକ୍ତର ହୋଇ ସେବା କରିବାର ସ୍ବପ୍ନ ଦେଖିଥିଲେ । ଭାରତ ଡାକ୍ତରଖାନାରେ ପଢିବା ଖର୍ଚ୍ଚ କୋଟିଏ ଟଙ୍କା ରୁ ଅଧିକ ହୋଇଥିବା ୟୁକ୍ରେନ ଯାଇ ଡାକ୍ତରୀ ପଢିବା ପାଇଁ ନିଷ୍ପତ୍ତି ନେଲେ ସତ୍ୟବ୍ରତ । ପ୍ରଥମ ପର୍ଯ୍ୟାୟରେ ଆଡମିସନ ବେଳକୁ ୧୦ ଲକ୍ଷ ଆବଶ୍ୟକ ପଡିଥିଲା ମଧ୍ୟ୍ୟବିତ୍ତ୍ ପିରବାରରେ ଏତେ ଟଙ୍କା ଯୋଗାଡ କରିବା ସହଜ ନଥିଲା । ଘରର ରୋଜଗାର କହିଲେ ଘରର ଚାଷବାସ ଓ ବାପାଙ୍କର ଛୋଟ ବ୍ୟବସାୟ । ବ୍ୟାଙ୍କ ରୁଣ ସାଙ୍ଗକୁ ଧାରଉଧାର କରି ପୁଅ ପାଇଁ ଟଙ୍କା ଯୋଗାଡ କରିଥିଲେ । ସତ୍ୟବ୍ରତଙ୍କ ଭଳି ଅଙ୍କିତାଙ୍କ ପରିବାର ଲୋକ ବି ଋଣ କରି ଝିଅକୁ ୟୁକ୍ରେନ ପଠାଇଥିଲେ ।

    ଯୁଦ୍ଧ ପରେ ଓଡିଶା ଫେରିଆସିବା ପରେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ପରିବାର ଓ ଶିକ୍ଷାର୍ଥୀ । ରୁଷ ଯୁଦ୍ଧ ସମୟରୁ ୟୁକ୍ରେନ ରୁ ଫେରିଆସିଥିବା ଚାକ୍ତରୀ ଛାତ୍ର ଛାତ୍ରୀ ଆଗକୁ କଣ କରିବେ ଏହାର ଉତ୍ତର ପାଇନଥିବାବେଳେ ସରକାରଙ୍କ ସହଯୋଗକୁ ଅପେକ୍ଷା କରିଛନ୍ତି । ଏବେ ଛାତ୍ର ଛାତ୍ରୀ ମାନେ ଅନଲାଇନ୍ କ୍ଲାସ କରୁଥିବା ବେଳେ ପ୍ରାକ୍ଟିକାଲ କରିପାରୁନାହାନ୍ତି । ତେଣୁ ଏ ନେଇ ତାଙ୍କୁ ସହାୟତା କରିବା ପାଇଁ ଦାବି କରିଛନ୍ତି । ଏହାର ପ୍ରତିଫଳ ଲୋୟର ପିଏଜି ଦେଖିବାକୁ ମିଳିଥିଲା । ଦୁଇଶହ ରୁ ଉର୍ଧ ଛାତ୍ର ଛାତ୍ରୀ ଧାରଣା ଦେଇଥିଲେ ।

    ଏହା ଏନଏମସି ବା ନ୍ୟାସନାଲ ମେଡିକାଲ କମିସନ ନିୟମ କୋହଳ କରି ସେମାନଙ୍କୁ ଦେଶ ଭିତରେ ଗୋଟିଏ ସମୟ ପାଇଁ ସିଟ୍ ବଢାଇ ଅଡମିସନ ପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ମେଡିକାଲ ଛାତ୍ର ଛାତ୍ରୀ ଦାବି କରିଛନ୍ତି । ପରିସ୍ଥିତି ଏପରକି ହୋଇଛି ଛାତ୍ର ଛାତ୍ରୀ ମାନେ ୟୁକ୍ରେନ ଫେରିପାରୁଛନ୍ତି ନା ଆଗକୁ ବଢିପାରୁଛନ୍ତି କେବଳ ଚାହିଁବସିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାହାର୍ଯ୍ୟ କୁ । ଯଦି ସରକାର ନଶୁଣନ୍ତି ତେବେ କଣ ହେବ ଭବିଷ୍ୟତ, ତା’ର ଉତ୍ତର ମଧ୍ୟ୍ୟ କାହା ପାଖରେ ନାହିଁ ।

    • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ
  • ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

    ଗଞ୍ଜାମ: ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରାଣୀ ସାହିରେ। ସୂଚନାଅନୁସାରେ ଅଞ୍ଚଳର କାଳିଆ ଜେନାଙ୍କ ଝିଅ କଳ୍ପନା ଜେନା କବାଟ ବନ୍ଦ କରି ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସଙ୍ଗେ ସଙ୍ଗେ ଦିଗପହଣ୍ଡି ପୋଲିସ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ତେବେ ଛାତ୍ରୀ ଜଣକ ପଦ୍ମନାଭପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ହଷ୍ଟେଲରେ ରହି ପାଠପଢି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

  • ଦୁଇଦିନ ଧରି ଛାତ୍ରୀଙ୍କ ମିଳୁନି ପତ୍ତା

    ଭୁବନେଶ୍ୱର: ବିଜେବି କଲେଜ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ହୁଲୁସ୍ତୁଲ ପୁରା ଓଡ଼ିଶା। ଠିକ ଏତିକି ବେଳେ ଉତ୍କଳ ସଙ୍ଗୀତ ମହାବଦ୍ୟାଳୟରୁ ଆସିଛି ଛାତ୍ରୀ ନିଖୋଜର ଅଭିଯୋଗ । ଦୁଇଦିନ ଧରି ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ମଲ୍ଲିକଙ୍କ ପତ୍ତା ମିଳୁନି। ଏହାପରେ ହଷ୍ଟେଲରେ ଛାତ୍ରୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।

    ଉତ୍କଳ ସଙ୍ଗୀତ ମହାବଦ୍ୟାଳୟର ଛାତ୍ରୀ ଶୁଭସ୍ମିତା ମଲ୍ଲିକ। ଶନିବାର ୟୁନିଟ ୫ରେ ଥିବା ହଷ୍ଟେଲରୁ କଲେଜକୁ ବାହାରିଥିଲେ । ହେଲେ ସେବେଠୁ ଆଉ ପେରି ନାହାଁନ୍ତି ଶୁଭସ୍ମିତା। ହଷ୍ଟେଲ ରେଜିଷ୍ଟାରୁ ଜଣାପଡ଼ିଛି ଯେ ଶୁଭସ୍ମିତା ନିଜ ମାମୁଁଭ୍କ ସହ ହଷ୍ଟେଲରୁ ବାହାରିଥିଲେ। ହେଲେ ତାପରେ କୁଆଡ଼େ ଗଲେ ସେନେଇ କିଛି ବି ଜଣାପଡ଼ିନ। ଯାଜପୁର ବରି ଅଞ୍ଚଳରେ ଶୁଭସ୍ମିତାଙ୍କ ଘର। ହେଲେ ସେ ନା ଘରୁକୁ ଯାଇଛନ୍ତି ନା ହଷ୍ଟେଲକୁ ଷପରିଛନ୍ତି। ଏହାପରେ ପରିବାର ଲୋକ ଥାନାରେ  ଏତଲା ଦେଇଛନ୍ତି।ରୁଚିକାଙ୍କ ମୃତ୍ୟୁ ଓ ଶୁଭସ୍ମିତାଙ୍କ ନିଖୋଜ ସରକାରୀ ହସ୍ପିଟାଲକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରୁଛି।

    କୁଆଡ଼େ ଗଲେ ଶୁଭସ୍ମିତା? ସୁରକ୍ଷିତ ଅଛନ୍ତି ତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନିଖୋଜ ଛାତ୍ରୀ? ହଷ୍ଟେଲର ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟ ଶୁଭସ୍ମିତାଙ୍କ ମାମୁଁଙ୍କ ପରିଚୟ ଯାଁଚ କରିଥିଲେ କି? ସରକାରୀ ହଷ୍ଟେଲରେ କେତେ ସୁରକ୍ଷିତ ଛାତ୍ରୀ? ବର୍ତ୍ତମାନ ଶୁଭସ୍ମିତାଙ୍କୁ ଖୋଜି ବାହାର କରିବା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ।

    ପ୍ରଶାନ୍ତ ମଶ୍ରଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍‌

Back to top button