ଆପ୍ ବିଧାୟକଙ୍କୁ ବାନ୍ଧିଲା ଇଡି

ଇଡି ସମନକୁ ନଜରଅନ୍ଦାଜ ମହଙ୍ଗା ପଡ଼ିଲା। ଆପ୍ ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ସୋମବାର ଗିରଫ କରିଛି ଇଡି। ଇଡି ସକାଳ ଅମାନତୁଲ୍ଲାହଙ୍କ ଘରେ ରେଡ୍ କରିଥିଲା ଓ ତା ପରେ ଗିରଫ କରିଛି। ଦିଲ୍ଲୀର ଓ୍ୱାକଫ ଘୋଟାଲାରେ ଇଡି ବାନ୍ଧିଛି। ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଥିଲା ବେଳେ ନିଜ ପଦର ଦୁରୁପଯୋଗ କରି ନିଜର ନିକଟ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା ଭଳି ଅଭିଯୋଗ ଥିଲା। ଇଡିର କହିବା କଥା, ଅମାନତୁଲ୍ଲାହଙ୍କୁ ଇଡି ଅନେକ ସମନ ପଠାଇଥିଲା ହାଜର ପାଇଁ। କିନ୍ତୁ ସେ ହାଜର ହେଉନଥିଲେ। ତଦନ୍ତରେ କୌଣସି ପ୍ରକାର ସହଯୋଗ କରୁନଥିଲେ। ଯାଞ୍ଚରେ ଜାଣିଶୁଣି ସହଯୋଗ କରୁନଥିଲେ। ଜବତ ହୋଇଥିବା ଧଳା ଡାଏରୀରୁ ଅମାନତୁଲ୍ଲାହ ଓ ତାଙ୍କ ସହଯୋଗୀଙ୍କ ଭିତରେ କୋଟି କୋଟି ଟଙ୍କାର ନଗଦ ଲେନଦେନ୍ ହୋଇଥିବାର ପ୍ରମାଣ ମିଳିଛି। ତାଙ୍କ ଫୋନରୁ ବି ଆପତ୍ତିଜନକ ପ୍ରମାଣ ମିଳିଥିଲା। ଅକ୍ଟୋବର ୨୦୨୩ରେ ଅନୁସନ୍ଧାନ ବେଳେ ତାଙ୍କ ଫୋନରେ  ଥିବା ଓ୍ୱାଟସଅପ୍ କଣ୍ଟେଣ୍ଟ୍ ଡିଲିଟ୍ କରିଦେଇଥିଲେ ଅଭିଯୁକ୍ତ ବିଧାୟକ। ସୋମବାର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ପୁରୁଣା କେସ୍। ମାମଲାରେ ଆଗରୁ ବେଲ୍ ମିଳିସାରିଛି ବୋଲି କହିଥିଲେ ଅମାନତୁଲ୍ଲାହ। ଇଡି ଓକିଲ କହିଥିଲେ ଯେ, ହାଇକୋର୍ଟ, ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଛି। ପିଏମଏଲଏ ଧାରା ୧୯ ଆଧାରରେ ଅମାନତୁଲ୍ଲାହଙ୍କୁ ଗିରଫ କରାଯାଇଛି। ଅମାନତୁଲ୍ଲାହଙ୍କୁ ୧୪ ସମନ ଜାରି ହୋଇଥିଲା। କିନ୍ତୁ ମାତ୍ର ଥରେ ହାଜର ହୋଇଥିଲେ। ତା ପୁଣି ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *