କଳାକନା ବୁଲେଇଲେ ଚୋର , ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

Spread the love

ଦୁଇଟି ଘରେ କଳା କନା ବୁଲାଇଲେ ଚୋର। ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର । ଜଳେଶ୍ୱର ଥାନା ଓଲିନ୍ଦା ଗ୍ରାମର ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଶଶିକାନ୍ତ ଦେ ଙ୍କ ଘରେ ଗତ ବିଳମ୍ବିତ ରାତିରେ ଶୋଇଥିବା ବେଳେ ସୁନା ଅଳଙ୍କାର, ଟଙ୍କା ସବୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ର ପ୍ରାୟ 80 ହଜାର ଟଙ୍କା , ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗହଣା ଚୋରି ହୋଇଥିବା ବେଳେ ଶଶିକାନ୍ତ ଦେଙ୍କ ର 18 ହଜାର ଟଙ୍କା ପ୍ରାୟ ଦୁଇ ଲକ୍ଷ ଟଙ୍କା ସୁନା ଗହଣା ଚୋରି ହୋଇଥିବା ପୋଲିସ ନିକଟରେ କହିଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *