କିଟ୍ କେଳେଙ୍କାରୀର ପାହାଡ଼ରେ ସନ୍ୟାସୀ ସାମନ୍ତ!

ସରିବ ସନ୍ୟାସୀଙ୍କ ସାମନ୍ତବାଦ!

କିଟ୍ କେଳେଙ୍କାରୀର ଗୁମର ଯେତିକି ଖୋଳିଲେ, ସେତିକି ଖୋଲୁଛି। ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା, ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନବୀୟ ଆଚରଣକୁ ନେଇ ସାରା ବିଶ୍ୱରେ ନିନ୍ଦିତ ହେଲା ଓଡ଼ିଶା। ରାଜନୀତିରୁ ସନ୍ୟାସ ନେବା ପରେ ସନ୍ୟାସୀ ସାମନ୍ତଙ୍କ ସାମନ୍ତବାଦର ପୁରୁଣା ପୃଷ୍ଠା ଓଲଟାଇଲେ ତା ଭିତରେ କେତେ ଯେ ଫନ୍ଦି ଓ କଳଙ୍କିତ ଅଧ୍ୟାୟ ରହିଛି, ତାହା ଜଳଜଳ କରି ଦିଶୁଛି। ଜମି ଜବରଦଖଲ, ବେଆଇନ ନିର୍ମାଣ, ଜଙ୍ଗଲ ଜମି ହଡ଼ପ, ବଡ଼ବଡିଆଙ୍କ ସମ୍ପର୍କୀୟଙ୍କୁ ଥଇଥାନ କରି ନିଜ କଳା ସାମ୍ରାଜ୍ୟର ସୁରକ୍ଷା କବଚ ସଜାଇବା, ନିଫଟି ଭଳି ସରକାରୀ ସଂସ୍ଥାକୁ ବି ବାଟ ନ ଛାଡ଼ିବା ଆଦିର ତାଲିକା ବେଶ୍ ଲମ୍ୱା। ଆଦିବାସୀ ପିଲାଙ୍କୁ ଢାଲ କରି ନିଜର କୁକର୍ମକୁ ଘୋଡ଼ାଇବା ଆଦି ଅତୀତ।ଜଙ୍ଗଲ ଜମି, ଆଦିବାସୀଙ୍କ ଜମି ବଳପୂର୍ବକ ନେଇ ମନ ମେଣ୍ଟିଲାନି ଯେ, ସରକାରଙ୍କ ସର୍ବସାଧାରଣ ରାସ୍ତାକୁ ବି ଅବରୋଧ କରିଛି କିଟ୍। କିଟ୍ ବାଟ ଛାଡ଼ୁନି ବୋଲି ନିଫ୍‌ଟ ନିର୍ଦେଶକ ଅଭିଯୋଗ ପରେ ଏହାକୁ ନେଇ ତୁମ୍ୱିତୋଫାନ ହୋଇଛି। ସବୁ ଫୋରମରେ କିଟ୍ ରାସ୍ତା ଅବରୋଧ କଥା ଅଭିଯୋଗ କରିଛନ୍ତି ନିର୍ଦେଶକ। ଶିଳ୍ପମନ୍ତ୍ରୀ କହିଛନ୍ତି, ଏମିତି ହୋଇଥିଲେ ତଦନ୍ତ ହେବ ଓ ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରାଯିବ। କିଟ୍‌ର ଜଙ୍ଗଲ ଜମି ଜବରଦଖଲ ନେଇ ବିଜେଡିର ବିତଣ୍ଡା ଯୁକ୍ତି ସାମ୍ନାକୁ ଆସିଛି। ସେତେବେଳେ ଏସସିଏସଟି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଥିବା ପଦ୍ମନାଭ ବେହେରା କହିଛନ୍ତି, ଜମି ହାତେଇବା ବେଳେ ଅଚ୍ୟୁତ ସାଂସଦ ନଥିଲେ। ହଜାର ହଜାର ଆଦିବାସୀ ପିଲାଙ୍କୁ ପଢାଉଥିବାରୁ ଅଚ୍ୟୁତଙ୍କ ଜମି ଜବରଦଖଲ ସପକ୍ଷରେ ମତ ଦେଇଥିଲୁ।ବିଜେଡିରେ ମିଶିବା ପରେ ଜମି ହାତେଇନାହାନ୍ତି। ଯଦି ଜମି ବେଆଇନ ଭାବେ ନେଇଥିବେ, ସରକାର ତଦନ୍ତ କରି ଆକ୍ସନ ନିଅନ୍ତୁ। କଥା ପଡ଼ିଛି। ପଦ୍ମନାଭଙ୍କ କଥା ସତ ହୋଇଥିଲେ, ବିଧାନସଭାର ଷ୍ଟାଣ୍ଡିଂ କମିଟି କଅଣ କୌଣସି ବେଆଇନ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଏ କି। ଆଦିବାସୀ ପିଲାଙ୍କ ଲାଗି ଶିକ୍ଷାନୁଷ୍ଠାନ ଆଳରେ କେହି କଅଣ ବେଆଇନ କାମ କଲେ ସରକାର ଚୁପ୍‌ ରହି ସମର୍ଥନ କରନ୍ତି କି। ବିଧାନସଭାରେ ଏ କଥା ଉଠିଥିଲା ବେଳେ ସେତେବେଳେ କାହିଁକି ସମସ୍ତେ ମୁହଁରେତୁଣ୍ଡି ବାନ୍ଧିଥିଲେ।ସେପଟେ କିଟ୍ କାଣ୍ଡ ନେଇ ବାଣୀବିହାର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି। ପ୍ରକ୍ରିତିଙ୍କୁ ନ୍ୟାୟ ଦେବା ଦାବିରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଅମାନବୀୟ ଆଚରଣ ବିରୁଦ୍ଧରେ ବର୍ଷିଛି। ଅଚ୍ୟୁତଙ୍କୁ ଗିରଫ ସହ ଏହି ପୁରା ପ୍ରକରଣରେ ସାମିଲ୍ ସମସ୍ତଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଦାବି କରିଛି ଛାତ୍ର କଂଗ୍ରେସ। ଶାସକ ଦଳ କହିଛି, କିଟ୍ ସମସ୍ତ ସମ୍ୱେଦନହୀନତା ପାର୍ କରିଗଲା। ପରିସ୍ଥିତିକୁ ସଠିକ ଢଙ୍ଗରେ ମୁକାବିଲା ବଦଳରେ ବିଗାଡ଼ିଦେଲା। ଯାହା ଦୁର୍ନୀତି ହୋଇଛି, ସବୁର ତଦନ୍ତ ହେବ। ମୋହନ ସରକାର କମ୍ପ୍ରୋମାଇଜର ସରକାର ନୁହଁନ୍ତି। କିଟ୍ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର ପୁଣି ପଦାକୁ ଆସିବାରେ ଲାଗିଛି। ଦେଖିବାର କଥା। ମୋହନ ସରକାର କିଟ୍ ବିରୁଦ୍ଧରେ କି ଦୃଷ୍ଟାନ୍ତମୂଳକ ଆକ୍ସନ ନେଉଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *