ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୧୦ରୁ ଉର୍ଦ୍ଧ୍ବ କୋଇଲା ବୋଝେଇ ପିକପ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିଲା ,ଯାହାକୁ ସେ ବିରୋଧୀ କରିବା ସହ ପୋଲିସକୁ ଖବର ଦେଇଥିଲେ । ତା ପରେ କୋଇଲା ମାଫିଆଙ୍କ ସହ ଅବନିଙ୍କର ଧସ୍ତାଧସ୍ତି ହୋଇଥିଲା । ଏହି ଧସ୍ତାଧସ୍ତିରେ ଅବନି ନିଜକୁ ବଞ୍ଚାଇବାକୁ ଯାଇ କୋଇଲା ମାଫିଆଙ୍କୁ ଆକ୍ରମଣ କରିଥିଲା ।ଛଅରୁ ସାତ ଜଣ କୋଇଲା ମାଫିଆ ମିଶି ତାଙ୍କୁ ମାଡ଼ ମାରିଥିଲେ ଯାହା ଫଳରେ ମୃତ୍ୟୁ ବରଣ କରିଥିବା କହିଛନ୍ତି ଅବନୀଙ୍କ ସ୍ତ୍ରୀ। ଖବର ପାଇ ପୀରହାଟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now