ଚାନ୍ଦବାଲି ପୋଲିସର ବର୍ବରତା ,ଘୋଷାଡି ଘୋଷାଡି ମାଡ଼ ମାରୁଥିବା  ଭିଡିଓ ଏବେ ଭାଇରାଲ

Spread the love

ଚାନ୍ଦବାଲି ପୋଲିସର ବର୍ବରତା । ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ୨ ଜଣ ପୋଲିସ କର୍ମଚାରୀ ଘୋଷାଡି ଘୋଷାଡି ମାଡ଼ ମାରୁଥିବା  ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ସୂଚନା ଅନୁଯାୟୀ, ଚାନ୍ଦବାଲି ଅଞ୍ଚଳର ମିତା ସେଠୀ ନାମକ ଏକ ମହିଳା ନିଜର ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଚାନ୍ଦବାଲି ଥାନାକୁ ଆସିଥିଲେ ହେଲେ ସେଠାରେ କୌଣସି ଏକ କଥାକୁ ନେଇ ମହିଳା ଏବଂ ପୋଲିସଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ମହିଳା ଜଣଙ୍କ ଥାନା ସମ୍ମୁଖରେ ନାରକୀୟ କାଣ୍ଡ ଘଟାଇବା ସହ ଥାନା ଭିତରକୁ ଟେକା ପଥର ମଧ୍ୟ ଫିଙ୍ଗିଥିଲେ। ତେବେ ଏହି ଘଟଣାରେ ଚାନ୍ଦବାଲି ଥାନାର ଜଣେ ଏସଆଇ ଓ କନେଷ୍ଟବଳ ମହିଳା ଙ୍କୁ ଥାନା ସମ୍ମୁଖରେ ଘୋଷାଡି ଘୋଷାଡି ମାରୁଥିବାର ଭିଡ଼ିଓ ଏବେ ଭାରାଇଲ ହେବାରେ ଲାଗିଛି। ତେବେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବାର ଅଧିକାର କିଏ ଦେଲା ବୋଲି ମହିଳା ଜଣଙ୍କ ପ୍ରଶ୍ନ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ଚାନ୍ଦବାଲି S.D.P.O. କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେଉଁ ଦୁଇ ପୋଲିସ କର୍ମଚାରୀ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ତଦନ୍ତ କରିବା ପରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *