ଛାତ୍ରୀଙ୍କ ଫଟୋକୁ ଅଶ୍ଳିଳ ଫୋଟୋ ସହ ଯୋଡି ଭିଡିଓ କରି ବ୍ଲାକମେଲ

Spread the love

କଟକ ସାଇବର ଥାନା କବଜା ରେ ସାଇବର ଅପରାଧୀ। ଛାତ୍ରୀଙ୍କ ଫଟୋ ଅଶୀଳ ଫୋଟୋ ସହ ଯୋଡି ଭିଡିଓ କରି ଅଭିଯୁକ୍ତ  କରୁଥିଲା ବ୍ଲାକ ମେଲ । ସ୍କୁଲ ଛାତ୍ରୀଙ୍କ ଅଶ୍ଲୀଳ ଫଟୋ ଭିଡିଓ ଭାଇରାଲ କରିଵା ସହ ବ୍ଲାକମେଲ କରିବା ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ବିଭିନ୍ନ ସ୍କୁଲର ଛାତ୍ରୀଙ୍କ ଫଟୋକୁ ବିକୃତ କରିବା ସହ ଭିଡିଓ କରି ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କୁ ବ୍ଲାକ ମେଲ କରୁଥିବା ଅଭିଯୋଗ ହୋଇଥିଲା । ଇନଷ୍ଟାଗ୍ରାମ ରେ ସକ୍ରିୟ ଥିବା ସ୍କୁଲ ଛାତ୍ରୀଙ୍କୁ ଟାର୍ଗେଟ କରୁଥିଲା । ଏନେଇ ଜଣେ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଵା ପରେ ସାଇବର ଥାନା ପୋଲିସ  ଅଭିଯୁକ୍ତ କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ର ନାଁ ବିଶ୍ୱଜିତ ଭୁୟାଁ ଓ ତାର ଘର କଟକ ଜିଲ୍ଲାର ନେମାଳ ଅଞ୍ଚଳରେ ବୋଲି ଜଣାପଡିଛି।

ତେବେ ଅଭିଯୁକ୍ତ B. Com ଡିଗ୍ରୀ ଧାରୀ ବିଶ୍ୱଜିତ, ବେଶ କିଛି ଦିନ ଧରି ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରୀଙ୍କ ସହ ସୋସିଆଲ ମିଡ଼ିଆ ରେ ବନ୍ଧୁତା ସ୍ଥାପନ ପରେ ଏକ ଫେକ ଆଇଡି କରି ଅଶ୍ଲୀଳ ଫଟୋ ଓ ଭିଡିଓ ଚାଟ କରି ବ୍ଲାକମେଲ କରୁଥିଲା। ତେବେ ସୋସିଆଲ ମିଡ଼ିଆ ଏବଂ ଇନଷ୍ଟାଗ୍ରାମରେ ନିଜର followers ବଢାଇବା ପାଇଁ ଚାହୁଁଥିବା ଛାତ୍ରୀଙ୍କୁ ବିଶ୍ୱଜିତ ସହଜରେ ଟାର୍ଗେଟ କରୁଥିବା ତଦନ୍ତରୁ ଜଣାପଡିଥିବା କହିଛନ୍ତି କଟକ ଡିସିପି। ଗିରଫ ଅଭିଯୁକ୍ତ ଜଣଙ୍କ ଅଶ୍ଲୀଳ ଫଟୋ ପ୍ରସ୍ତୁତ କରି 35ରୁ 40ଜଣ ଛାତ୍ରୀଙ୍କୁ ବ୍ଲାକ ମେଲ କରୁଥିବା କହିଛନ୍ତି ସାଇବର ଥାନା । ସେପଟେ ସାଇବର ଥାନା ଅଧିକାରୀ କହିଛନ୍ତି ଅଚିହ୍ନା ଲୋକଙ୍କ ସହ ସୋସିଆଲ ମିଡ଼ିଆ ରେ ବନ୍ଧୁତା ଗ୍ରହଣ କରିବା ପୂର୍ବରୁ ଭଲକରି ଯାଞ୍ଚ କରିବାର ଆବଶ୍ୟକତା ରହିଛି । ଯଦି କୌଣସି ସାଇବର ଠକଙ୍କ ଶିକାର ହେଉଛନ୍ତି ତୁରନ୍ତ ପରିବାର ଲୋକଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିବାକୁ କହିଛନ୍ତି ସାଇବର ଥାନା ଅଧିକାରୀ ।

Leave a Reply

Your email address will not be published. Required fields are marked *