ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ରେଡ୍

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ I ଭଂଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ l ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ରେଡ ହୋଇଛି l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଭଂଜନଗର ଓ ବ୍ରହ୍ମପୁରର ମୋଟ୍ ୯ଟି ସ୍ଥାନରେ ରେଡ

ଭଞ୍ଜନଗର ଜଳ ସମ୍ପଦ ବିଭାଗ ର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଙ୍କୁ ବ୍ରହ୍ମପୁର ର ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ତାଙ୍କ ବାଗଦେବୀ ରୋଡ଼ ରେ ଥିବା ବାସଭବନ ରେ ଚଢ଼ାଉ ଜାରି ରଖିଛନ୍ତି l ଦୀର୍ଘ ଦିନ ଧରି ପ୍ରସନ୍ନ ସ୍ୱାଇଁ ଭଞ୍ଜନଗର ଜଳ ସମ୍ପଦ ବିଭାଗ ରେ ସହକାରୀ ଯନ୍ତ୍ରୀ ଭାବ ରେ କାର୍ଯ୍ୟ କରିବା ସହ କିଛି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ରେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସିଛନ୍ତି l ତେଣୁ ତାଙ୍କ ନାମ ରେ ଦୀର୍ଘ ଦିନ ଧରି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଆସୁଥିଲା l ଆଜି ଭୋର ରୁ  ଓଡିଶା ଭିଜିଲାନ୍ସ ର ୭ ଜଣ   ଡି.ଏସ.ପି, ୫ ଜଣ ଇନିସ୍ପେକ୍ଟର ଙ୍କ ସହ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ର ଏକ ଟିମ  ଭିଜିଲାନ୍ସ ଅଧିକାରୀ ମାନେ ଆସି ସହକାରୀ ଯନ୍ତ୍ରୀ ଙ୍କ ତିନି ମହଲା ବିଶିଷ୍ଟ ବାଗଦେବୀ ରାସ୍ତା ରେ ଥିବl ବାସଭବନତିନି ମହଲା ବିଶିଷ୍ଟ ଘର ଭେଜିପୁଟ, ଭଞ୍ଜନଗର ର ଅନ୍ୟ ଏକ ସ୍ଥାନ ରେ ତିନି ମହଲା ବିଶିଷ୍ଟ ଘର ,ତାଙ୍କ ସମ୍ପର୍କୀୟ ଙ୍କ ୨ ଟି ଘର  ରଘୁନାଥ ବିହାର ଓ ବାଗଦେବୀ ରାସ୍ତା,ଭଞ୍ଜନଗର lପୈତୃକ ଘର ଲୁଦୁଲୁଦୀ ଗ୍ରାମ , 4 ମହଲା ବିଶିଷ୍ଟ ଘର ତୁଳସୀ ନଗର,ବ୍ରହ୍ମପୁର , ରେ ପହଂଚି ଛଡାଉ କରିବା ସହ  ଭଞ୍ଜନଗର ଜଳ ସମ୍ପଦ ବିଭାଗ ଅଫିସ ର ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଉପରେ ମଧ୍ୟ ଯାଞ୍ଚ କରୁଛନ୍ତି lସମ୍ପୂର୍ଣ ଯାଞ୍ଚ ପ୍ରକ୍ରିୟା ସାରିବା ପରେ ହିଁ ସହକାରୀ ଯନ୍ତ୍ରୀ କେତେ ଦୋଷୀ ସାବ୍ୟସ୍ତ ହୋଇପାରୁଛନ୍ତି ତାହା ଭିଜିଲାନ୍ସ ଦସ୍ତl ବୀଜ ରୁ ଜଣାପଡିବ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *