ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି ଲୁଟ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଯୋଡ଼ା ପୋଲିସ

Spread the love

ଯୋଡା ଥାନା ବାଂଶପାଣି ଠାରେ ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି ଲୁଟ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଯୋଡ଼ା ପୋଲିସ। ସେମାନଙ୍କ ଠାରୁ ଘଟଣାରେ ବ୍ୟବହୃତ ଛୁରୀ ଓ ଲୁହା ରଡକୁ ପୋଲିସ ଜବତ କରିଛି । ଗତ ଶୁକ୍ରବାର ମଧ୍ୟ ରାତ୍ରୀରେ ଟ୍ରକ ଡ୍ରାଇଭର ଏମଡି ଏଜାଜ ଆନସାରୀ ବାଂଶପାଣି ସାଇଡିଂରେ ଲୁହାପଥର ଅନଲୋଡ କରିସାରିବା ପରେ  ରାସ୍ତା କଡ଼ରେ ଗାଡ଼ି ରଖି ବିଶ୍ରାମ ନେଉଥିଲେ । ଏହି ସମୟରେ ୪/୫ ଜଣ ଦୃବୃର୍ତ୍ତ ହାତରେ ଭୁଜାଲୀ, କାଠ ଫାଳିଆ ଓ ଲୁହା ରଡ ଆଦି ମାରଣାସ୍ତ୍ର ଧରି ଗାଡ଼ି ଭିତରକୁ ପଶି ଲୁଟ ଉଦ୍ୟମ କରିଥିଲେ । ତେବେ ଡ୍ରାଇଭର ଏଜାଜ ଆନସାରୀ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଯୋଡା ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଯୋଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଛାନଭିନ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବଡବିଲ ଏସ ଡି ପି ଓ କହିଛନ୍ତି ।

Leave a Reply

Your email address will not be published. Required fields are marked *