ଡିଜିଟାଲ କଷ୍ଟଡିର ଭୟ ଦେଖାଇ ସାଇବର ଅପରାଧୀ ଲୁଟିନେଲେ ୨କୋଟି୮୧ଲକ୍ଷ

ଡିଜିଟାଲ ଆରେଷ୍ଟ କରିବୁ। ଯେହେତୁ ବେଆଇନ କାର୍ଯ୍ୟକଳାପ ସହ ବ୍ୟାଙ୍କ ଆକାଉଣ୍ଟ ଲିଂକ୍ ହୋଇଛି। ମନିଲଣ୍ଡରିଂ ପ୍ରାୟ ୭ କୋଟି ଟଙ୍କାର ହୋଇଛି। ଆଇପିଏସ ଅଫିସରର ପରିଚୟ ଦେଇ ଜଣେ ପ୍ରଫେସରଙ୍କୁ ୨କୋଟି୮୧ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଅପରାଧୀ। ଏସଜିପିଜିଆଇଏମଏସର ଆସୋସିଏଟ୍ ପ୍ରଫେସର ଡାକ୍ତର ରୁଚିକା ଟଣ୍ଡନ ସାଇବର ଫ୍ରଡର ଏମିତି ଶୀକାର ହୋଇଛନ୍ତି। ଟ୍ରାଇର ଅଧିକାରୀ ପରିଚୟ ଦେଇ ରୁଚିକାଙ୍କୁ ସାଇବର ଠକ କହିଥିଲା ଯେ, ଖୁବ୍‌ ଶୀଘ୍ର ତାଙ୍କ ମୋବାଇଲ ସ୍ୱିଚ୍ ଅଫ୍ ହେବାକୁ ଯାଉଛି। ପୁଲିସର ନିର୍ଦେଶ ଅଛି। କାରଣ ମୁମ୍ୱାଇ ସାଇବର କ୍ରାଇମ୍‌ରେ ତାଙ୍କ ମୋବାଇଲ ନମ୍ୱର ବିରୁଦ୍ଧରେ ଏତଲା ହୋଇଛି ଯେ, ଲୋକଙ୍କୁ ତାଙ୍କ ନମ୍ୱରରୁ ଅନେକ ଲୋକଙ୍କୁ ହଇରାଣ ଉଦ୍ଦେଶ୍ୟରେ ବାର୍ତ୍ତା ଯାଇଛି। ତା ପରେ ତଥାକଥିତ ଆଇପିଏସ ଅଫିସରର ପରିଚୟ ଦେଇ ଜଣେ ତାଙ୍କ ଆକାଉଣ୍ଟରେ ବେଆଇନ କାର୍ଯ୍ୟକଳାପ ଚାଲିଛି। ସେଥିଲାଗି ତାଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ଆସିଛି। ଯଦି ସେ ଗିରଫ କରିବେନି, ତେବେ ତାଙ୍କୁ ଡିଜିଟାଲ କଷ୍ଟଡିକୁ ନିଆଯିବ। ତା ପରେ ଜଣେ ସିବିଆଇ ଅଧିକାରୀର ପରିଚୟ ଦେଇ ଭୟଭୀତ କରାଇଥିଲା। ଯେହେତୁ ଏହି ମାମଲାର ଜାତୀୟ ମହତ୍ତ୍ୱ ରହୁଛି। ସେଥିଲାଗି ଏ କଥା କାହାରିକୁ କହିବାକୁ ମନା କରିଥିଲେ। ଆଇଡି ଓ ସିବିଆଇର ଲୋଗୋ ଦେଖାଇ ତଦନ୍ତ ଲାଗି ସମସ୍ତ ଆକାଉଣ୍ଟର ତଥ୍ୟ ମାଗିଥିଲେ। ଆଉ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେବା ମାତ୍ରେ ପ୍ରଫେସରଙ୍କ ଆକାଉଣ୍ଟରୁ ୨ କୋଟି ୮୧ ଲକ୍ଷ ନେଇଗଲେ ଦୁର୍ବୃତ୍ତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *