କୋଲକାତାର ଆରଜି ମେଡିକାଲ କଲେଜର ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଏନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତୁରନ୍ତ ସମସ୍ତ କାଗଜପତ୍ର ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ କହିଛନ୍ତି। ସେପଟେ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ଅନ୍ୟ କଲେଜର ପ୍ରିନ୍ସିପାଲ କରିବା ପାଇଁ ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କଠୋରରେ ପକାଇଛନ୍ତି।
କଲିକତା ହାଇକୋର୍ଟ ମେଡିକାଲ କଲେଜର ପ୍ରିନ୍ସିପାଲଙ୍କୁ ନିଜେ ଛୁଟିରେ ଯିବାକୁ କହିଛନ୍ତି, ନଚେତ୍ କୋର୍ଟ ଆଦେଶ ଦେବେ। ଏହି ସମୟରେ ହାଇକୋର୍ଟ ଶୁଣାଣି ସମୟରେ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି, ତେବେ ସେହି ମାମଲାରେ ପ୍ରିନ୍ସିପାଲ କାହିଁକି ଅଭିଯୋଗ କଲେ ନାହିଁ? ଏହା ସନ୍ଦେହ ସୃଷ୍ଟି କରୁଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now