କଇଁଛ ଚାଲାଣ ବେଳେ ମାଡି ବସିଲା ବନବିଭାଗ

Spread the love

କଇଁଛ ଚୋରା ଚାଲାଣ ବେଳେ ଦୁଇ ବାଇକ ସହ ଚାରିଜଣ କଇଁଛ ଚୋରା ଚାଲାଣ କାରିକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ ।  ତେବେ କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକ ଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଓ ପରା ଷ୍ଟାଫ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପାଖାପାଖି ଦୁଇକୁଇଣ୍ଟାଲ କଇଁଚ ମୋଟ 176 ଟି ଜିଅନ୍ତା କଇଁଛ ଉଦ୍ଧାର କରିଥିଲେ । ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀ ରେ ରଖାଯାଇଥିବା ବେଳେ ,ଚୋରାଚାଲାଣ କରୁଥିବା ଚାରିଜଣକୁ ବର୍ତ୍ତମାନ ଗିରଫ କରାଯାଇଛି, ଗିରଫ ଚାରିଜଣ କଳାହାଣ୍ଡି ଅଞ୍ଚଳ ର ହୋଇଥିବା ସୂଚନା ।

Leave a Reply

Your email address will not be published. Required fields are marked *