ପାଳଲହଡା – ଏଲ ଏଣ୍ଡ୍ ଟି ମେଗା ପ୍ରକଳ୍ପ ଯୋଜନା ରେ କାର୍ଯ୍ୟ ରତ ରାତ୍ରି ଜଗୁଆଳି ଶ୍ରମିକ ର ସନ୍ଦେହ ଜନକ ମୃତ୍ୟୁ, କ୍ଷତି ପୁରଣ ପାଇଁ  ଶବ ରଖି ଗାଁ ଲୋକଙ୍କ ଦାବି ।

Spread the love

ପାଳଲହଡା : ଇଶ୍ଵର ନଗର ପଞ୍ଚାୟତ ଇଲିସୁଆ ଗ୍ରାମରେ ଅଭାବନୀୟ ଘଟଣା । ବନ୍ଦ କ୍ୟାବିନ ଗୃହ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ପାଳଲହଡା ପୋଲିସ ର ତଦନ୍ତ ଜାରି ।

ସୂଚନା ଅନୁସାରେ ଗତ ବର୍ଷ ଠାରୁ ସରକାର ଙ୍କ ଦ୍ୱାରା ମେଗା ଜଳ ପ୍ରକଳ୍ପ ଯୋଜନା ମାଧ୍ୟମରେ ଇଶ୍ଵର ନଗର ପଞ୍ଚାୟତ ର ଇଲିସୁଆ ଆଦିବାସୀ ବହୁଳ ଗାଁ ରେ ଏକ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ସେଠାରେ ଏଲ ଏଣ୍ଡଟି କମ୍ପାନୀ ପକ୍ଷରୁ କଣ୍ଟ୍ରାକ୍ଟର କାମ କରି ଆସୁଥିବା ବେଳେ ସେହି ଇଲିସୁଆ ଗାଁ ର ପ୍ରତ୍ୟେହ ତିରିଶ ରୁ ଚାଳିଶି ଜଣ ଶ୍ରମିକ କାମ ରେ ନିୟୋଜିତ ଅଛନ୍ତି । ସେହି ଗାଁ ର କ୍ଷିରୋଦ ବାପୁଙ୍ଗା (ବୟସ-40) ଦୀର୍ଘ ମାସ ହେବ ସେଠାରେ ରାତ୍ରି ଜଗୁଆଳି ଭାବରେ କାମ କରି ନିଜର ପରିବାରର ପେଟପାଟଣା ଚଳାଇ ଆସୁଥିଲେ । ସବୁଦିନ ପରି ଗତକାଲି ମଧ୍ୟ ଜଗିବା କୁ ଯାଇଥିବା ବେଳେ ସକାଳୁ ଏକ କ୍ୟାବିନ ଭିତରୁ ତାର ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ସ୍ଥାନୀୟ ସରପଞ୍ଚ ହୃଦାନନ୍ଦ ପ୍ରଧାନ ପହଞ୍ଚି ପାଳଲହଡା ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଏଲ ଏଣ୍ଡ ଟି କମ୍ପାନୀ ର ଅନ୍ୟ କର୍ମଚାରୀ ମାନେ ଘଟଣା ସ୍ଥଳରୁ ସକାଳୁ ଫେରାର ହୋଇ ଯାଇଛନ୍ତି ।

ତେବେ ମୃତକଙ୍କ ପରିବାର ପକ୍ଷରୁ ଏହାକୁ ହତ୍ୟା ବୋଲି ଅଭିଯୋଗ କରି ଉଚିତ କ୍ଷତି ପୁରଣ ଦାବିରେ ସେଠାରେ ଶବ ରଖି ପ୍ରତିବାଦ କରିଛନ୍ତି । ପୋଷ୍ଟୋମୋର୍ଟମ ରିପୋର୍ଟ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପାଳଲହଡା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *