ରାଜଧାନୀରେ କଙ୍ଗାରୁ କୋର୍ଟ

Spread the love

ଭୁବନେଶ୍ବର: ରାଜଧାନୀରେ କଙ୍ଗାରୁ କୋର୍ଟ । ଭାଇରାଲ ହେଉଛି କଙ୍ଗାରୁ କୋର୍ଟର ଭିଡ଼ିଓ । ପୋଲିସ ଉପସ୍ଥତିରେ ଏହି କଙ୍ଗାରୁ କୋର୍ଟରେ ଦୁଇ ନାବାଳକ ଓ ତାଙ୍କ ପରିବାରକୁ ଅତ୍ୟାଚାର କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ହୋଇଛି ଅଭିଯୋଗ ।

କମେଣ୍ଟମରାରୁ କଙ୍ଗାରୁ କୋର୍ଟ । ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହଁ ଏ ହେଉଛି ଖଣ୍ଡଗିରି ଥାନା ବରମୁଣ୍ଡା ପାଲାମଣ୍ଡପ ଗାଁର ଦୃଶ୍ୟ । ଉଠ ବସ କରାଇଲେ ଓ କାନ ଧରି ଆଣ୍ଠେଇ ଦେଲେ ବି। ବାପା ପୁଅଙ୍କ ସହ ପରିବାରର ୫ ଜଣଙ୍କୁ ଗ୍ରାମସଭାରେ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ।  ରାଜଧାନୀରେ କାଙ୍ଗାରୁ କୋର୍ଟକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ସ୍କୁଲ ପଢୁଆ ଝିଅଙ୍କୁ  ଅଶ୍ଳୀଳ ଇଙ୍ଗିତ କରି କମେଣ୍ଟ ମାରୁଥିଲେ  ଏହି ନାବାଳକ ମାନେ । ଗାଡି ସ୍ପିଡ଼ରେ ନେଇ ଝିଅ ମାନଙ୍କୁ ସାଇଡ ମାରୁଥିଲେ । ଯଦି କେହି କମ୍ପ୍ଲେନ କଲେ ତାହାଲେ ସେମାନଙ୍କ ମୁଂହ କୁ ସିଗାରେଟ ଧୂଆଁ ଛାଡ଼ୁଥିଲେ । ଗାଁ ଲୋକଙ୍କ କହିବା କଥା ସେମାନେ ଭୁଲ କରିଥିଲେ, ଶତାଧିକ ଗାଁ ଲୋକଙ୍କୁ ଦେଖି ଭୟରେ ନିଜେ ନିଜେ ଆଣ୍ଠେଇ ପଡ଼ିଥିଲେ ଏହି ନାବାଳକ ଓ ସେମାନଙ୍କ  ପରିବାର ଲୋକେ ।

କଙ୍ଗାରୁ କୋର୍ଟ ପରେ ଦଣ୍ଡ ପାଇଥିବା ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ଗରଫଦାରିକୁ ବିରୋଧ କରିଛନ୍ତି ଗାଁ ଲୋକେ । ଅଭିଯୋଗକାରୀ- ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।  ସେପଟେ କଙ୍ଗାରୁ କୋର୍ଟର ଦଣ୍ଡକୁ ସହି ନ ପାରି ଜଣେ ନାବାଳକ ଫିନାଇଲ ପିଇ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଘଟଣାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି ଜୋର ଧରିଛି।

ସେପଟେ ଖଣ୍ଡଗିରି  ଥାନା ଠାରୁ  ମାତ୍ର 2 କିଲୋମିଟର ଦୂରରେ ପାଖାପାଖି  ୨ ଘଣ୍ଟା  ଧରି  ଗ୍ରାମବାସୀ ଙ୍କ ଦବଙ୍ଗଗିରିର ଖବର  ପୁଲିସ ନିକଟରେ ନ ଥିବାକୁ ନେଇ ରାଜଧାନୀବାସୀଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ l କିଛି  ଗଣମାଧ୍ୟମ  ପ୍ରତିନିଧିଙ୍କ ଠାରୁ  ଖବର  ପାଇ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ତେବେ ଯେଉଁ ମାନେ ଏଥିରେ ସମ୍ପୃକ୍ତ ତୁରନ୍ତ ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଥାନାଧିକାରୀ ।

କମେଣ୍ଟ ମାରିବା  ବା ଦୋଷୀକୁ ଦଣ୍ଡ ଦେବା ଭୁଲ  ନୁହେଁ। ମାତ୍ର ଆଇନକୁ  ହାତକୁ  ନେଇ ଶାସ୍ତି ଦେବା ଘଟଣା ନିନ୍ଦନୀୟ l ଏହାସହ ପୋଲିସର କିପରି ଏହି ଘଟଣାର ଖବର ପାଇ ନଥିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *