ବଲିଉଡ୍ କାହାଣୀ ଭଳି ଅପହରଣର ମହାଡ୍ରାମା

Spread the love

ଭୁବନେଶ୍ୱରରୁ ଅପହରଣ ନାଟକ ଉପରୁ ପରଦା ହଟାଇଛି ପୋଲିସ । ନିଜେ ଅପହରଣ ନାଟକ କରି ଫସିଛନ୍ତି ମହିଳା । ପଇସା ପାଇଁ ଭାଇକୁ ଧୋକ୍କା ଦେବାର ଯୋଜନା କରୁଥିଲା ଭଉଣୀ । ଏବଂ ରଚିଥିଲା ଅପହରଣ ନାଟକ । ଏହି ଘଟଣାରେ ସହଯୋଗ କରୁଥିବା ରାଜସ୍ଥାନର ଦୁଇ ଜଣ ଯୁବକ ଓ ସମ୍ପୃକ୍ତ ମହିଳା ଗିରଫ ହୋଇଛନ୍ତି । ପୋଲିସ ଦେଇଥିବା ସୂଚନା ଅନୁସାରେ ସ୍ମୃତିରେଖା ପାଣି ନାମକ ଜଣେ ମହିଳା ଏହି ପୁରା ଅପହରଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା । ଇଂଷ୍ଟାଗ୍ରାମରେ ରାଜସ୍ଥାନର ପ୍ରଦୀପ କୁମାର ଓଲା ଓ ଦେବିଲାଲ ଓଲାଙ୍କ ସହ ପ୍ରଥମେ ସାଙ୍ଗ ହୋଇଥିଲା ସ୍ମୃତିରେଖା । ଏହାପରେ ବାଙ୍ଗାଲୋରରେ ଥିବା ତାଙ୍କ ଭାଇଙ୍କ ଠାରୁ ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ ।

ବଲିଉଡ୍ କାହାଣୀ ଭଳି ଅପହରଣର ମହାଡ୍ରାମା । ଅସଲ ଉଦ୍ଦେଶ୍ୟ ହେଉଛି, ନିଜ ଭାଇଠାରୁ ମୋଟା ଅଙ୍କର ଟଙ୍କା ଲୁଟ । ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଂଟର ବାସିନ୍ଦା । ଆଉ ନିଜ ଅପହରଣ ନାଟକର ନାୟିକା । ପୋଲିସ କମିସନରଙ୍କ ସୂଚନା ଅନୁସାରେ ଏହି ମହିଳା ଜଣକ ରଚିଥିଲେ ନିଜ ଅପହରଣର ବ୍ଲୁ-ପ୍ରିଂଟ । ଭାଇଠାରୁ ଟଙ୍କା ହଡ଼ପ କରିବା ପାଇଁ ଯୋଜନାବଦ୍ଧ ଭାବେ ପ୍ରେମିକ ସହ ମିଶି ପରିବାର ଲୋକଙ୍କୁ ଭୁଆଁ ବୁଲାଇଥିଲେ । ଯୋଜନା ଅନୁସାରେ ଅପହରଣ ନାଟକ କରି ଭାଇକୁ ଫୋନ୍ ଯୋଗେ ଏକ କୋଟି ଟଙ୍କା ଦାବି କରିଥିଲେ । ଭୟଭୀତ ହୋଇ ୧୨ ଲକ୍ଷ ଟଙ୍କା ମଧ୍ୟ ଦେଇ ସାରିଥିଲେ ସଂପୃକ୍ତ ଯୁବତୀଙ୍କ ଭାଇ । ପରିବାର ଲୋକ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ସ୍ୱତନ୍ତ୍ର ଟିମ୍ ଗଠନ କରି ଏମାନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହା ପରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି ।

Leave a Reply

Your email address will not be published. Required fields are marked *