ମାନବିକତାର ସବୁ ସୀମା ପାର୍

ମାନବିକତାର ସବୁ ସୀମା ପାର କଲେ ଦୁର୍ବୃତ୍ତ। ରକ୍ତରେ ଜୁଡୁବୁଡୁ ହେଲା ସାରା ଘର। ସାମାନ୍ୟ ଝଗଡ଼ାରୁ ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଘର , ବାରଣ୍ଡା ସବୁଠି ରକ୍ତରେ ଜୁଡୁବୁଡୁ । ଏ କୌଣସି ବ୍ୟକ୍ତିର ରକ୍ତ ନୁହେଁ ବରଂ ଏହା ହେଉଛି ପୋଷା କୁକୁର ସେରୁର। ଗତ ଚାରିମାସ ହେବ ତାକୁ ପାରାଦୀପରୁ କିଣି ଆଣି ବହୁ ଶ୍ରଦ୍ଧାରେ ଲାଳନ ପାଳନ କରୁଥିଲେ। ହେଲେ ଗତକାଲି ଦୁର୍ବୁତ୍ତ ଆସି ସେରୁକୁ ହାଣି ଫୋପାଡି ଦେଲେ ଦୁର୍ବୃତ୍ତ ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବରିହା ଢିଆ ଗ୍ରାମରେ ଗତକାଲି କୌଣସି କାରଣରୁ ଗ୍ରାମର ଚରଣ ଦାସଙ୍କ ସହ କିଛି ଲୋକଙ୍କ ଝଗଡ଼ା ହୋଇଥିଲା।  ଚରଣ ଦାସଙ୍କ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଗ୍ରାମର କିଛି ଯୁବକ ଏଥିରେ ଉତକ୍ଷିପ୍ତ ହୋଇ ରାତି ଅଧରେ ଆସି ଘରେ ପଶି ପାଟିତୁଣ୍ଡ କରିଥିଲେ। ଯାହା ଆଖିରେ ପଡିଲା ଭାଙ୍ଗିଲେ ଓ ଯିଏ ଆଗକୁ ଆସିଲା ତାକୁ ବାଡ଼େଇ ପକାଇଲେ । ଶେଷରେ ବର୍ବରତାର ସବୁ ସୀମା ଟପି ଘରେ ବନ୍ଧା ଯାଇଥିବା ପୋଷା କୁକୁରକୁ ହାଣି ଫୋପାଡି ଦେଲେ। ତେବେ ଚରଣଙ୍କ ପରିବାର ପୋଲିସକୁ ସୁରକ୍ଷା ମାଗିଥିବା ବେଳେ ଗ୍ରାମର ଅଧିକାଂଶ ଯୁବକ ଏବେ ଫେରାର। ସେପଟେ କୁଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭକରିଛି।

ତେବେ ଏଭଳି ଘଟଣାରେ ପୋଲିସ ଦୋଷୀମାନଙ୍କ ବିରୋଧରେ କି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ହିଁ ଅପେକ୍ଷା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *