ମାସକର ଛୁଆର ଦେହରେ ଦିଆଯାଇଛି 30 ରୁ ଉର୍ଦ୍ଧ୍ବ ଜାଗାରେ ଚେଙ୍କ ବର୍ତ୍ତମାନ ଛୁଆଟି ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଠାରେ। ଘଟଣା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମର ସରୋଜ କୁମାର ନାୟକଙ୍କ ୧ ମାସର ପୁଅର ପେଟ ଓ ମୁଣ୍ଡରେ ୪୦ରୁ ଉର୍ଦ୍ଧ୍ବ ଚେଙ୍କ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ପିଲାଟି ଜନ୍ମ ହେବାର ୧୦ ଦିନ ପରେ ଦେହ ଅସୁସ୍ଥ ହୋଇ ବାରମ୍ବାର କାନ୍ଦୁଥିଲା। ତେବେ ଏହା ଦେଖିକି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ କାହାର କଥାରେ ପଡି ପିଲାଟିର ପେଟ ଓ ମୁଣ୍ଡରେ ୪୦ ରୁ ଉର୍ଦ୍ଧ ଚେଙ୍କ ଦିଆଯାଇଛି। ତେବେ ପରିବାର ଲୋକ କହିବା ଅନୁଯାୟୀ ଚେଙ୍କ ମାରିବା ପରେ କିଛି ଦିନ ଛୁଆଟି ଆଉ କାନ୍ଦିନଥିଲା କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଛୁଆଟି ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି କାନ୍ଦିବା ଆରମ୍ଭ କରିଥିଲା ଅନ୍ୟପଟେ ଛୁଆଟିର କାନ୍ଧ ଦେଖି ପରିବାର ଲୋକେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ତେବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ତୁରନ୍ତ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠେଇଥିଲେ । ତେବେ ଛୁଆଟି ଆସିବା ସମୟରେ ଯେଉଁ ଗୁରୁତର ଅବସ୍ଥାରେ ଥିଲା ବର୍ତ୍ତମାନ ଚିକିତ୍ସା ପରେ ବହୁତ୍ ଭଲରେ ଅଛି ବୋଲି କହିଛନ୍ତି ତେବେ ବର୍ତ୍ତମାନ ଛୁଆଟି ଯେପରି ଅତି ଶୀଘ୍ର ଭଲ ହୋଇ ଘରକୁ ଫେରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସବୁ ପ୍ରକାର ଚିକିତ୍ସାରେ ସହଯୋଗ କରାଯିବ ବୋଲି ଡକ୍ଟର ପଣ୍ଡା କହିଛନ୍ତି।ଅନ୍ୟପଟେ କେଉଁ ପରିସ୍ଥିତିରେ ପିଲାଟିକୁ କିଏ ଚେଙ୍କ ଦେଲା ସେ ବିଷୟରେ କିଛି କହିବାକୁ ରାଜି ହେଉ ନାହାଁନ୍ତି ପରିବାର ଲୋକେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now