ଯୌତୁକ ପାଇଁ ଚାଲିଗଲା ମହିଳା ଙ୍କ ଜୀବନ

Spread the love

ଅଧିକ ଯୌତୁକ ପାଇଁ ଚାଲିଗଲା ମହିଳା ଙ୍କ ଜୀବନ। ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଯାଜପୁର ଜ଼ିଲ୍ଲା କୋରେଇ ବ୍ଲକ କରଦା ପଂଚାୟତ ପଳସା ଗ୍ରାମର ରାଧାକାନ୍ତ ସାହୁ ଙ୍କ ଭଉଣୀ ବନ୍ଦିତା ସେନାପତି ଭଦ୍ରକ ଜ଼ିଲ୍ଲା ବାଲିପୋଖରୀ ଗ୍ରାମର ବିରଞ୍ଚି ସେନାପତି ଙ୍କୁ 3 ବର୍ଷ ହେବ ବିବାହ କରିଥିଲେ । ଗତ କାଲି ଝୁଲନ୍ତା ଅବସ୍ଥାରେ ବନ୍ଦିତା ଙ୍କୁ ଉଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟ କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବନ୍ଦିତା ଙ୍କ ମୃତ୍ୟୁ ହୋଇଛି ବୋଲି ବନ୍ଦିତା ଙ୍କ ବାପ ଘର ଲୋକଙ୍କୁ ଶାଶୁ ଘର ଫୋନ ମଧ୍ୟମରେ ଜାଣିଥିଲେ l ପରେ ବାପ ଘର  ପକ୍ଷରୁ ଯୌତୁକ ପାଇଁ ବନ୍ଦିତା ଙ୍କୁ ହତ୍ୟା କରାଯାଇଥିବା ଭଣ୍ଡଳୀପୋଖରୀ ଥାନାରେ ଅଭିଯୋଗ ହୋଇଛି l ଯାଜପୁର ମୁଖ୍ୟଚିକିତ୍ସାଲୟରେ ପହଂଚି ଶବକୁ ଜବତ କରିବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *