ଶ୍ରୀଲଙ୍କାରେ ୧୩୭ ଜଣ ଭାରତୀୟ ନାଗରିକ ଗିରଫ

Spread the love

ଶ୍ରୀଲଙ୍କାର ଏକାଧିକ ସ୍ଥାନରେ ବଡ଼ ଧରଣର ଚଢ଼ଉ ଅଭିଯାନ କରାଯାଇ ସାଇବର ଅପରାଧରେ ସମ୍ପୃକ୍ତ ଥିବା ୧୩୭ ଜଣ ଭାରତୀୟ ନାଗରିକଙ୍କୁ ପୁଲିସ ଗିରଫ କରିଛି। ପୁଲିସ ମୁଖପାତ୍ର ନିହାଲ ଥାଲ୍‌ଦୁୱା କହିଛନ୍ତି ଯେ କଲମ୍ବୋ ଉପକଣ୍ଠର ମାଡିୱେଲା ଓ ବଟ୍ଟାରାମୁଲ୍ଲା ଏବଂ ପଶ୍ଚିମ ଉପକୂଳବର୍ତ୍ତୀ ସହର ନେଗମ୍ବୋରୁ ଗୁରୁବାର ବିଭିନ୍ନ ଆର୍ଥିକ ଅପରାଧରେ ସଂପୃକ୍ତ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କୁ ଗିରଫ କରାଯାଇଛି। ଏହି ସବୁ ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ୧୫୮ଟି ମୋବାଇଲ୍ ଫୋନ୍, ୧୬ଟି ଲାପଟପ୍ ଓ ୬୦ଟି ଡେସ୍କଟପ୍ କମ୍ପ୍ୟୁଟର ଜବତ କରାଯାଇଛି।

ନେଗମ୍ବୋରେ ୫୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିବା ସହ ୫୫ଟି ମୋବାଇଲ ଫୋନ୍ ଓ ୨୯ଟି ଲାପଟପ୍ ଜବତ କରାଯାଇଛି। ସେହିପରି କୋଚଚିକାଡେରେ ପୁଲିସ ବାହିନୀ ୫୩ ଜଣଙ୍କୁ ଗିରଫ କରିବା ସହ ୩୧ଟି ଲାପଟପ୍ ଓ ୫୮ଟି ମୋବାଇଲ ଫୋନ୍ ଜବତ କରିଛନ୍ତି। ମାଦିଭେଲାରେ ହୋଇଥିବା ଏହି ଅପରେସନରେ ୧୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ୮ଟି ଲାପଟପ୍ ଓ ୩୮ଟି ମୋବାଇଲ ଫୋନ୍ ଜବତ କରାଯାଇଥିବା ବେଳେ ଥାଲାଙ୍ଗାମାରେ ୮ଟି ଲାପଟପ୍ ଓ ୩୮ଟି ମୋବାଇଲ୍ ଫୋନ୍ ସହ ୧୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ପୁଲିସ ମୁଖପାତ୍ର କହିଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପୁରୁଷ।

Leave a Reply

Your email address will not be published. Required fields are marked *