ସିରିଜ୍ କିଲିଂ ପଛରେ କରଜ!

କେରଳରେ ସିରିଏଲ କିଲିଂ। ପ୍ରେମିକା ସହ ୫ଜଣଙ୍କୁ ବୀଭତ୍ସ ହତ୍ୟା କରିଛି ୨୩ ବର୍ଷର ଯୁବକ। ହାମର ସହ ଚାପଡ଼ରେ ହାଣି ମାରିଲା। ନିଜ ଜେଜେମା, ନାବାଳକ ଭାଇ, ଦାଦା, ଖୁଡ଼ୀ ସହ ପ୍ରେମିକାକୁ ହତ୍ୟା କରିଛି। ଅଭିଯୁକ୍ତର ନାଁ ଅଫାନ୍। ଅଫାନଙ୍କ ମାଆ ଥିରୁବନନ୍ତପୁରମର ମେଡିକାଲ କଲେଜ ହସ୍ପିଟାଲରେ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି। ହତ୍ୟା ପରେ ଯୁବକ ଜଣକ ଥାନାରେ ଆତ୍ମସମର୍ପଣ କରିଛି। ବ୍ୟବସାୟରେ କ୍ଷତି ଲାଗି ଅତ୍ୟଧିକ ଋଣ ଜନ୍ତାରେ ପଡ଼ିଥିଲା। ଆଉ ଋଣ ସୁଝିବାକୁ ପରିବାର ଲୋକେ ରାଜି ନ ହେବାରୁ ସମସ୍ତଙ୍କୁ ରାସ୍ତାରୁ ହଟାଇଦେଲା ବୋଲି ପୁଲିସ ଆଗରେ କହିଛି। ଥିରବନନ୍ତପୁରମରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଓ ଏହା ପଛର କାରଣକୁ ନେଇ ସବୁଠି ହଇଚଇ। ଅଭିଯୁକ୍ତ ଯୁବକର ନାଁ ଅଫାନ୍। ଅଭିଯୁକ୍ତ ପୁଲିସକୁ କହିଛି ଯେ, ସମସ୍ତଙ୍କୁ ହତ୍ୟା ପରେ ନିଜେ ବିଷ ଖାଇଥିଲା। କିନ୍ତୁ ବଞ୍ଚିଗଲା। ଅଭିଯୁକ୍ତ ୩ଟି ଭିନ୍ନ ଜାଗାରେ ମର୍ଡର ପ୍ଲାନ୍ କରିଥିଲା। ଆଗ ନିଜ ଘରୁ ୨୫ କିଲୋମିଟର ଯାଇ ଜେଜେମାକୁ ମାରିବା ପରେ ଆଉ ୪ କିଲୋମିଟର ପରେ ନିଜ ଦାଦା ଓ ଖୁଡ଼ୀଙ୍କୁ ହତ୍ୟା କରିଥିଲା। ତା ପରେ ଘରକୁ ଫେରି ଭାଇ, ମାଆ ଓ ପ୍ରେମିକାକୁ ହାଣିଥିଲା। ମାତ୍ର ୨ ଘଣ୍ଟା ଭିତରେ ୩୪ କିଲୋମିଟର ଯାତ୍ରା କରି ଏଭଳି ସିରିଜ୍ ମର୍ଡର କରିଥିଲା ହତ୍ୟାକାରୀ। ଅଫାନ ନିକଟରେ ବିଦେଶରୁ ଭିଜିଟିଂ ଭିସାରେ ଘରକୁ ଫେରିଥିଲା। ଅଫାନଙ୍କ ପିତା ବିଦେଶରେ ଅଛନ୍ତି। ପୁଲିସ ସବୁ ଦିଗକୁ ନେଇ ତନାଘନା କରୁଛି। ପୁଲିସରେ ଆତ୍ମସମର୍ପଣ ଆଗରୁ ଅଭିଯୁକ୍ତ ବିଷ ଖାଇଥିଲା। ଆତ୍ମହତ୍ୟା କରିବାକୁ ଚିନ୍ତା କରି ଘରର ଗ୍ୟାସ ସିଲିଣ୍ଡର ବି ଅନ୍ କରିଥିଲା। ହତ୍ୟା କରିବା ପରେ ଏକ ଅଟୋରେ ବସି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ଅଫାନକୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟଙ୍କା ନା ପ୍ରେମ ପାଇଁ ଏଭଳି ଜଘନ୍ୟକାଣ୍ଡ ଭିଆଇଲା ଅଫାନ୍। ନା ଏହା ପଛରେ ଆଉ କିଛି କାରଣ ରହିଛି, ତାକୁ ନେଇ ଖୋଳତାଡ଼ କରୁଛି ପୁଲିସ। ଅଫାନ ପୁଲିସକୁ କହିଛି ଯେ, ବିଦେଶରେ ବ୍ୟବସାୟ ଲାଗି ସେ ୭୫ଲକ୍ଷ ଟଙ୍କାର କରଜରେ ବୁଡ଼ିଥିଲା। ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ସବୁଠି ହଇଚଇ। ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *