ସୁବର୍ଣ୍ଣପୁର ଅବକାରୀ ବିଭାଗର ବଡ ସଫଳତା ;୮୫ କେଜି ଗଞ୍ଜେଇ ଜବତ, ୨ଯୁବକ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ଦୁଇଟି ପୃଥକ ସ୍ଥାନରେ ଚଢାଉ। ୮୫ କେଜି ଗଞ୍ଜେଇ ଜବତ କରିଛି ବିଭାଗ । ସଦର ବୁଢାରାଜା ଛକ ଠାରେ ଏକ କାରକୁ ଅଟକାଇ ୮୦କେଜି ଗଂଜେଇ ଜବତ କରିଛି । ସେହିପରି କଳାପଥର ଗାଁର ଛକ ଠାରେ ଏକ ବାଇକ ରୁ ୫କେଜି ଗଂଜେଇ ଜବତ କରିବା ସହିତ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏହି ଗଂଜେଇ ବୌଦ୍ଧ ଜିଲ୍ଲାରୁ ସମ୍ବଲପୁର ଦେଇ ଛତିଶଗଡ ଯାଉଥିବା ବେଳେ ଧରିବାରେ ସଫଳ ହୋଇଛି ଜିଲ୍ଲା ଅବକାରୀ ବିଭାଗ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *