ସୁଧ ଦେଇ ୪୨ ଜଣଙ୍କ ନିକଟରୁ ୧ କୋଟି ୪୨ ଲକ୍ଷ ଲୁଟ ଅଭିଯୋଗ, ସେପଟେ ଲୁଟେରା କୁ ପୁରୀ ସାକ୍ଷୀ ଗୋପାଳପୁର ଅଞ୍ଚଳ ରୁ କରାଯାଇଛି କାବୁ

Spread the love

ପୁରୀ : ଆବଶ୍ୟକତା ଠାରୁ ଉର୍ଦ୍ଧ ସୁଧ ଯୋଗାଇଦେବା ର ଲୋଭ ଦେଖାଇ ବାଙ୍କୀ ଥାନା ଅନ୍ତର୍ଗତ କୁସୁପଙ୍ଗି ପଂଚାୟତ ର ଇନ୍ଦୁମତୀପାଟଣା ଅଞ୍ଚଳ ର ଜୈନିକ ମହିଳା ଲିଲି ରାଉତ ଲୁଟ କରିସାରିଛନ୍ତି ୧ କୋଟି ୪୨ ଲକ୍ଷ ଟଙ୍କା ବୋଲି ତାଙ୍କ ନାମ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ଅନ୍ୟପଟେ ପ୍ରାୟ ୪୨ ଜଣ ଙ୍କ ନିକଟରୁ ସେ ମହିଳା ଜଣଙ୍କ ଲକ୍ଷାଧିକ ଟଙ୍କା ର ଅର୍ଥ  କାରବାର କରିଥିବା ସେ ନିଜେ ସିଉକର କରିଛନ୍ତି. ମହିଳା ଜଣଙ୍କ ବିଭିନ୍ନ ସମୟ ସୁଧକୁ ଆଣିଥିବା ମୂଳ ଟଙ୍କା ବାବଦ କୁ ସୁଧ ଦେଇ ଆସିଛନ୍ତି. କିନ୍ତୁ ପ୍ରାୟ ୧୫ ଦିନ ଧରି  ଲୋକଙ୍କୁ ଚକମା ଦେଇ ନିଜ ଅଂଚଳ ରୁ ରହିଥିଲେ ଫେରାର । କୌଣସି ବାଟେ ଏହି ଇନ୍ଦୁମତୀ ଓ ନିସ୍ତିପୁର ଅଂଚଳ ର ସୁଧ କୁ ଅର୍ଥ ଲଗାଇ ଥିବା ମହିଳା ଓ ପୁରୁଷ ଖୋଜା ଖୋଜି କରିବା ପରେ ଗତ କାଲି ରାତିରୁ ଉକ୍ତ ମହିଳା ଓ ତାର ସ୍ୱାମୀ କୁ ପୁରୀ ଜିଲ୍ଲା ର ସାକ୍ଷୀ ଗୋପାଳ ଅଞ୍ଚଳ ରୁ ଲିଲି କୁ କାବୁ କରି ଆଜି ଦେଇଛନ୍ତି ବାଙ୍କୀ ପୋଲିସ ଜିମା. ଅପର ପଟେ ମହିଳା ଜଣଙ୍କ ସିଉକର କରୁଛନ୍ତି ସେ କୁଆଡେ ସୁଧ ବ୍ୟବସାୟ କରନ୍ତି ଆଉ ଟଙ୍କା ଦେଇଥିବା ବ୍ୟକ୍ତି ମାନଙ୍କୁ ଆକର୍ଷଣୀୟ ସୁଧ ଯୋଗାଇ ଦେଇଥାନ୍ତି. କିନ୍ତୁ ତାଙ୍କ ଶରୀର ଅସୁଶସ୍ତା କାରଣ ରୁ ନିଜ ଭଉଣୀ ଘର କୁ ଚାଲି ଯାଇଥିଲେ । କିନ୍ତୁ ଏବେବି ମୁଁ ନେଇଥିବା ଅର୍ଥ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ସୁଜିବା ପାଇଁ ପ୍ରସ୍ତୁତ ଅଛି । ମୋତେ କିଛି ସମୟ ଦିଆଯାଉ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଲିଲି ।

Leave a Reply

Your email address will not be published. Required fields are marked *