୧୧୯ କେଜି ଗଞ୍ଜେଇ ଜବତ, ତିନି ଗିରଫ

Spread the love

ଭବାନୀପାଟଣା : ଗତକାଲି ସକାଳ ପ୍ରାୟ ୩ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଅବକାରୀ ପୋଲିସ ସୁଶାନ୍ତ ପ୍ରଧାନ,ଦେବାଶିଷ ସର୍ଦାର ଓ଼ ଆଇ ସି, ବିଶ୍ୱଜିତ ଅରୁକ ଓ଼ ଆଇ ସି, କେସିଙ୍ଗା ଥାନା ଓ଼ ସଦଳ ବଳ ପେଟ୍ରୋଲିଙ୍ଗ କରୁଥିବା ବେଳେ ପାଜୀବହଳି ଛକ ଏନଏଚ -୫୯ଟୋଲ ଗେଟ ହାତୀ ଖୋଜ ନିକଟ ରେ ଏକ ପିକ ଅପ ଗାଡି ନମ୍ବର -ଓଡି ୧୭ଏଲ -୭୨୦୦, ଏବଂ ମୋରର ସାଇକେଲ ଓ଼ଡି -୧୭ଟି -୭୭୭୨, ଓ଼ଡି -୨୬ଏଫ -୬୩୮୬ରେ ଗଞ୍ଜେଇ ପ୍ରାୟ ୧୧୯,୦୮୦ କେଜି ଜବତ କରିବା ସହ ଗାଡି ଏବଂ ତିନି ଜଣ ଅଭିଯୁକ୍ତ ଚୂଡ଼ାମଣି ସାଗରିଆ (୨୩), ସୁରେସ ଜଗତ (୨୫), କୁରୁଶ୍ୱର, କୁମନା ଥାନା ସନ୍ତୋଷ ସାଗରିଆ (୨୮)ଙ୍କୁ ଗିରଫ କରିଛି । 

ସେମାନେ ପାଣ୍ଡରାପଦର, ବୁଦ୍ଧି କୁମନା, ସମସ୍ତେକୁମନା ପୋଲିସ ଅଧିନସ୍ଥ ଲୋକ । ଏମାନେ ଗାଡିରେ ମୋହନ ଗିରିରୁ ନୁଆଁପଡା ଓ଼ ବରଗଡ ଜିଲ୍ଲାକୁ ଚୋରାଚାଲାଣ କରୁଥିଲେ, ଏମାନଙ୍କୁ କେସ୍ ନମ୍ବର -ଏନଡିପିଏସ – ପିଆର -୨୨/୨୦୨୩-୨୪/ପିଆର ୮୩/୨୦୨୩-୨୪/ପିଆର -୪୧/୨୦୨୩-୨୪ରେ ରୁଜୁ କରିବା ସହ ଗଞ୍ଜେଇ ୧୧୯,୦୮୦ କେଜି, ପଲସର ମୋଟରସାଇକେଲ, ଅପଚୀ ଗାଡି, ପିକ ଅପ ଗାଡି ସହ ୩ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛନ୍ତି. ।

Leave a Reply

Your email address will not be published. Required fields are marked *