ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ

Spread the love

ADR POLITICS…PKG…BBSR…NABA

() ଏଡିଆର ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ସବୁଠାରୁ ବଡ କଥା ହେଲା ତାଙ୍କ ନାଁରେ କୈଣସି ଅପରାଧିକ ମାମଲା ନାହିଁ। ଏପଟେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପ୍ରଥମ ଧନୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ତେବେ ନବୀନଙ୍କ ସମ୍ପତ୍ତି ବୃଦ୍ଧିକୁ ନେଇ ବର୍ଷିଛି ବିଜେପି । ବିଜେଡି ଦଳ ଓ ନେତାଙ୍କ ସମ୍ପତ୍ତି ବଢୁଥିବା ବେଳେ ରାଜ୍ୟବାସୀ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଦଳ କହିଛି। ଏପଟେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଦୁର୍ନୀତିର ଅର୍ଥ ବୋଲି କହିଛି କଂଗ୍ରେସ । ଏପଟେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ପୈତୃକ ସମ୍ପତ୍ତି ଥିଲା ବୋଲି କହିଛି ଶାସକ ଦଳ ।

ଚମକାଇ ଦେଲା ଏଡିଆର ରିପୋର୍ଟ ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ଗରିବ ରାଜ୍ୟର ମୁଖ୍ୟମନ୍ତ୍ରୀ କେମିତି ଧନୀ ହେଲେ ବୋଲି ପ୍ରଶ୍ନ କଲେ ବିରୋଧି କଡା ଜବାବ ରଖିଲା ଶାସକ ଦଳ । ଦେଶର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଓ ଅପରାଧିକ ମାଲଲା ଉପରେ ଆସିଲା ଏଡିଆର ରିପୋର୍ଟ। ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩ କୋଟି ୮୭ ଲକ୍ଷ ଟଙ୍କା ସହ ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ୫୧୦ କୋଟି ୩୮ ଲକ୍ଷ ଟଙ୍କା ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ଅରୁଣାଚଳର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ୧୬୩ କୋଟି ୫୦ ଲକ୍ଷ ରହିଛି । ସବୁଠାରୁ ବଡ କଥା ହେଉଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମମତା ବାନାର୍ଜିଙ୍କ  ସମ୍ପତି ମାତ୍ର ୧୫ ଲକ୍ଷ ଟଙ୍କା। ନବୀନଙ୍କ ସମ୍ପତ୍ତି ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ରାଜ୍ୟବାସୀଙ୍କୁ ବାହାର ରାଜ୍ୟରେ ଦାଦନ ଖଟିବାକୁ ପଡୁଛି । ହେଲେ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ବଢିବା କଳା ସାମ୍ରାଜ୍ୟକୁ ଦର୍ଶାଉଛି ବୋଲି କହିଛି ଦଳ । ଅନୂରୁପ ଭାବରେ କଂଗ୍ରେସ ମଧ୍ୟ ବିଜେଡି ଏବେ ଦୁର୍ନୀତିରେ ବୁଡିଥିବା କହିଛି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମମାଲା ରହିବା ତାଙ୍କ ସ୍ୱଚ୍ଛ ଭାବମୁର୍ତ୍ତିକୁ ଦର୍ଶାଉଛି ବୋଲି କହିଛି ଶାସକ ଦଳ । ମୁଖ୍ୟମନ୍ତ୍ରୀ ସବୁବେଳେ ରାଜ୍ୟର ଉନ୍ନତି ପାଇଁ କାମ କରୁଥିବା ଦର୍ଶାଉଛି । ଏପଟେ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ପୈତୃକ ସମ୍ପତ୍ତି ରହିଛି । ଯାହାଫଳରେ ସମ୍ପତ୍ତି ତାଲିକାରେ ସେ ତୃତୀୟ ସ୍ଥାନରେ ଅଛନ୍ତି । ରାଜ୍ୟବାସୀ ମଧ୍ୟ ଜାଣନ୍ତି ମୁଖ୍ୟମନ୍ତ୍ରୀ ସରଳ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଲଗାତାର ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ତାଙ୍କ ନାଁରେ କୈଣସି ଅପରାଧିକ ମାମଲା ରହିବା ଅନେକଙ୍କୁ ଆଚମ୍ୱିତ କରିଛି । ହେଲେ ତାଙ୍କର ଏହି ଗୁଣ ହିଁ ତାଙ୍କୁ ନିର୍ବାଚନରେ ବିଜୟୀ କରାଉଥିବା ଚର୍ଚ୍ଚା ହେଉଛି । 

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *