ବନ ବିଭାଗ ଦ୍ଵାରା ୧୧୯ କଇଁଛ ଜବତ ଜଣେ ଗିରଫ।

Spread the love

ନବରଙ୍ଗପୁର ଜିଲ୍ଲା  ଉମରକୋଟ ବନ କୁ ମିଳିଛି ଏକ ବଡ଼ ସଫଳତା । କଳାହାଣ୍ଡି ଜିଲ୍ଲା ରୁ ନବରଙ୍ଗପୁର ଜିଲ୍ଲା ରାଇଘର କୁ କଇଁଛ ଚୋରା ଚାଲାଣ ହେଉଥିବା ସମୟ ରେ ଉମରକୋଟ ବନ ବିଭାଗ ଏହାକୁ ଧରିବା ରେ ସଫଳ ହୋଇଥିଲା । ବନ ବିଭାଗ ଦ୍ଵାରା ମୋଟ ୧୧୯ ଟି କଇଁଛ ଜବତ କରାଯାଇଥିବା ସହ ରାଜେଶ ଦାସ ନାମକ  ଜଣେ ବ୍ୟକ୍ତି କୁ ଗିରଫ କରିଛି । ବ୍ୟକ୍ତି ଜଣକ  କଳାହାଣ୍ଡି ରୁ ରାଇଘର ଟିଭିଏସ୍ ଷ୍ଟାର୍  ବାଇକ୍ ଦ୍ଵାରା ଏହି କଇଁଛ ସବୁ କୁ ରାଇଘର କୁ ଚାଲାଣ କରୁଥିବା ସମୟ ରେ ଉମରକୋଟ ର ନୁଆଗୁଡ଼ା ଛକରେ ମାଡ଼ି ବସିଲା ବନ ବିଭାଗ । ବର୍ତମାନ ଜବତ କଇଁଛ ମାନଙ୍କୁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଛନ୍ତି ଉମରକୋଟ ବନାଞ୍ଚଳ ଅଧିକାରୀ ଅନୁପ ସିଂ ପୂଝାରୀ ।

Leave a Reply

Your email address will not be published. Required fields are marked *