୫ ବର୍ଷର ଶିଶୁକୁ ଏକା ଦେଖି ଯୁବକ ନେଇଗଲା ଲିପ୍ଟ ଭିତରକୁ..

Spread the love

ମୁମ୍ବାଇ: ମୁମ୍ବାଇ ପୁଲିସ ଦ୍ବାରା ୧୯ ବର୍ଷୀୟ ଜଣେ ଏସି ମେକାନିକକୁ ଗିରଫ କରାଯାଇଛି। ନଭି ମୁମ୍ବାଇର ଜଣେ  ନାବାଳିକାଙ୍କୁ  ଯୌନଉତ୍ପୀଡନ ଦେବା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ଦେଇଛି ପୂଲିସ। ଉତ୍ତର ପ୍ରଦେଶର ଆଜାଦନଗର ଅଞ୍ଚଳ ବାସିନ୍ଦା  ମହମ୍ମଦ ଅଖତର ମଥର ହୁସେନ ନାମକ ଯୁବକ ବିରୋଧରେ ପୋସ୍କୋ ଆଇନ ଅନ୍ତର୍ଗତ ମାମଲା ରୁଜୁ ହୋଇଛି।

ମହାରାଷ୍ଟ୍ର ମୁମ୍ବାଇର ନଭି ମୁମ୍ବାଇ ଅନ୍ତର୍ଗତ ଜଣେ  ନାବାଳିକାକା ପ୍ରତି ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏସି ମେକାନିକ ଭାବେ କାମ କରୁଥିବା ୧୯ ବର୍ଷୀୟ ଯୁବକ ୫ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିବା ନେଇ ଗୁରୁବାର ରାତିରେ ଥାନାରେ ଅଭିଯୋଗ ହୋଇଥିଲା।

ଶିଶୁଟି ଖେଳୁଥିବା ବେଳେ ଅଭିଯୁକ୍ତ ତାକୁ ଏକା ପାଇଁ ସେଠାରୁ ଲିପ୍ଟ ଭିତରକୁ ନେଇ ଯାଇଥିଲା। ସେଠାରେ ସେ ପୀଡିତା ପ୍ରତି ଅଶାଳୀନ ବ୍ୟବହାର କରିଥିଲା।  ଝିଅଟି ସେଠାରୁ ଘରକୁ ଯିବା ପରେ ବାନ୍ତି କରିବା ଆରମ୍ଭ କରିଥିଲା। କାହିଁକି ବାନ୍ତି ହେଲା ବୋଲି ମା ପଚାରିବାରୁ ପୀଡିତା ସବୁ କଥା କହିଥିଲା।

ଏହା ଜାଣି ପରିବାର ଲୋକେ ଉକ୍ତ ଯୁବକକୁ ଆଖ ପାଖରେ ଖୋଜାଖୋଜି କରିବା ପରେ ସୌଭାଗ୍ୟ ବଶତଃ ପାଇଥିଲେ ଓ ତାକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ମାମଲାରେ  ଆଇପିସିର  ସେକ୍ସନ ୮, ୩୭୬ ତଥା ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି। ପୀଡିତାକୁ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *