ଚୋରି ମାମଲାରେ ୨ ଅଭିଯୁକ୍ତ ଗିରଫ

Spread the love

ଜୟପୁର : ଚୋରି ମାମଲାରେ ଜୟପୁର ସଦର ପୋଲିସ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ରତ୍ନାକରଗୁଡା ମୁନା ଦାଡିଆ (୧୮) ରାଜେଶ ମୁଦୁଲି (୧୯) ପୋଲିସ ସୁଚନା ଅନୁଯାଇ ଜୟପୁର ସଦର ଥାନା ଅନ୍ତର୍ଗତ ବାଲିଆ ର ଚାଷ ଜମିରେ ଗତ ୩୧.୩.୨୩ ରେ ୭ଟି ମଟର ପମ୍ପ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ରେ ଜାଣି ପୋଲିସ କଣ୍ଡାପୁଟରେ ଚୋରି ହୋଇଥିବା ଟ୍ରାନସଫରମର ଓ ମୋଟରର ୫ କେଜି ଆଲୁମିନିୟମ ତାରକୁ ଜବତ କରିଛି । ମୋଟର କୁ ଚୋରି କରି ଆଲୁମିନିୟମ ବାହାର କରିଥିଲେ । ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *