ହତ୍ୟା ମାମଲାରେ ୨ ଗିରଫ

Spread the love

ଜୟପୁର : ହତ୍ୟା ମାମଲାରେ ୨ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଏହି ମାମଲାରେ ୨ ଅଭିଯୁକ୍ତ କୁ ଗିରଫ କରିଛି । ପୋଲିସ ସୁଚନା ଅନୁଯାଇ ଗତ ୬.୫.୨୩ ତାରିଖରେ ଲାଲୁ ହରିଜନ (୨୧), ବନ କୁମାର ପରଜା(୩୦) ଓ ଡମୁ ଗାଧବା (୩୫) । ୩ ଜଣ ମିଶି ମାଛ ଧରିବାକୁ ଗ୍ରାମ ନିକଟସ୍ଥ ଏକ ନଦୀକୁ ଯାଇଥିଲେ । କୈଣସି କାରଣକୁ ନେଇ ୩ ଜଣ ମଧ୍ୟରେ ବଚସା ହୋଇଥିଲା । ଅଭିଯୁକ୍ତ ଡମୁ ଓ ବନ ଏକ ପଥରେ ଲାଲୁର ମୁଣ୍ଡକୁ ବାର ବାର ଆକ୍ରମଣ କରଥିଲେ । ଫଳରେ ଲାଲୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଲାଲୁର ମୃତ ଶରୀରକୁ ଉକ୍ତ ନଦୀରେ ହିଁ ଶବକୁ ଭସାଇ ଦେଇଥିଲେ । ଗତ ୮ ତାରିଖ ରେ ଭାସି ରଣ୍ଡାପାଲି ସ୍ଥିତ ଏକ ନଦୀରେ ଶବ କୁ ଠାବ କରାଯାଇଥିଲା । ଶବକୁ ଉଦ୍ଧାର କରି ଥିଲା ଜୟପୁର ସଦର ପୋଲିସ । ଏନେଇ ଅପମୃତ୍ୟୁ ମାମଲା ରୁଜୁ କର ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇଥିଲା । ଶବ ବ୍ୟବଛେଦ ରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ଆସିଥିଲ । ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୨ ଅଭିଯୁକ୍ତ କୁ ଗିରଫ କରିଥିଲା । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ଟାଙ୍କୁଗୁଡାର ବନ କୁମାର ପରଜା(୩୦) ଓ ଡମୁ ଗଦବା (୩୫) । ଟାଙ୍କୁଗୁଡା ନଦୀ ବନ୍ଧ ନିକଟରୁ ରକ୍ତ ଲଗିଥିବା ପଥରକୁ ଜବତ କରିଛି । ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *