ହନିଟ୍ରାପ ମାମଲାରେ ନାଇଜିରୀୟ ଦମ୍ପତି ଗିରଫ

Spread the love

ବାଲେଶ୍ବର: ପୁଣି ରାଜ୍ୟରେ ହନିଟ୍ରାପ ମାମଲା। ଜଣେ ସରକାରୀ ବାବୁଙ୍କୁ ହନିଟ୍ରାପରେ  ଫସାଇ ୩୦ ଲକ୍ଷ ଟଙ୍କା କରିବା ଜଣାପଡିଛି। ଏହି ମାମଲାରେ ପୁଲିସ ଦୁଇ ନାଇଜିରୀୟ ଦମ୍ପତିଙ୍କୁ ଗିରଫ କରିଛି ବାଲେଶ୍ବର ପୁଲିସର ସାଇବର ସେଲ। ଉଭୟଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି।

ଜଣେ ସରକାରୀ ଅଧିକାରୀ ପସିଥିଲେ ହନି ଟ୍ରାପରେ। ଏଥିରେ ଅଭିଯୁକ୍ତ ବାବୁଙ୍କୁ ନାନାଭାବେ ବ୍ଲାକ ମେଲ କରିବା ସହ ତାଙ୍କଠାରୁ ୩୦ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଅଗଷ୍ଟ ୬ ତାରିଖରେ ଦିଲ୍ଲୀ ପୁଲିସ ଜଣେ ନାଇଜିରୀୟ ନାଗରିକଙ୍କୁ ଗିରଫ କରିଥିଲା, ଯାହାକୁ ବାଲେଶ୍ବର ପୁଲିସ ପରବର୍ତ୍ତୀ ସମୟରେ ନିଜ ହାଜତକୁ ଆଣିଥିଲା।  ବାଲେଶ୍ବର ପୁଲିସର ସାଇବର ସେଲ ମାମଲାର ଛାନ ଭିନ  ପଚରା ଉପରା କରୁଥିବା ବେଳେ ତା ନିକଟରୁ ନାଇଜିରୀୟ ଦମ୍ପତିଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା।

ସୂଚନା ଆଧାରରେ ବାଲେଶ୍ବର ପୁଲିସ ଦିଲ୍ଲୀ ଯାଇ ଉଭୟଙ୍କୁ ଦିଲ୍ଲୀର ଏକ ଘରୁ ଗିରଫ କରିଛି। ଏମାନଙ୍କ ନିକଟରୁ ୨ଟି ଲାପଟପ୍, ଗୋଟାଏ ହୁଣ୍ଡାଇ କାର୍, ଗୋଟିଏ ଡଙ୍ଗଲ୍, ଦୁଇଟି ନକଲି ପାସପୋର୍ଟ, ଗୋଟିଏ SBI ପାସବୁକ୍, ୨ଟି ସୁନା ଚେନ, ୭ଟି  ମୋବାଇଲ ଫୋନ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *