୨୦ଲକ୍ଷ ଦେବି- ରାଜାକୁ ମାରିବାକୁ ତ ପଡ଼ିବ

୨୦ ଲକ୍ଷ ଟଙ୍କା ଦେବି। ମାରିବାକୁ ତ ପଡ଼ିବ। ସୁପାରୀ କିଲରକୁ ଏମିତି ଢଙ୍ଗରେ ରାଜାକୁ ମର୍ଡର କରିବାକୁ କହିଥିଲେ କୁଆଡ଼େ ସୋନମ। ଆଉ ରାଜାକୁ ମର୍ଡର କରିବାକୁ ଅନଲାଇନରେ କୁରାଢ଼ୀ ମଗାଯାଇଥିଲା। ଇନ୍ଦୋରରୁ ମେଘାଳୟକୁ ହନିମୁନ ପାଇଁ ଯାଇ ରାଜା ରଘୁୂବଂଶୀଙ୍କୁ ନିର୍ମମ ହତ୍ୟାକାଣ୍ଡ ପଛରେ ଗୋଟିଏ ପରେ ଗୋଟିଏ ଗୁମର ଓ କାରସାଦି ଖୋଲିବାରେ ଲାଗିଛି। ଏହି ମର୍ଡର ଷଡ଼ଯନ୍ତ୍ରରେ ସୋନମଙ୍କ ସହ ତାଙ୍କ ପ୍ରେମିକ ରାଜ୍ କୁଶଓ୍ୱାହାର ହାତ ଥିଲା। କିନ୍ତୁ ଇନ୍ଦୋରରୁ ପ୍ରାୟ ୨ହଜାର କିଲୋମିଟର ଦୂର ଶିଲଂରେ ସୋନମ ଏଭଳି ହତ୍ୟାକାଣ୍ଡକୁ କେମିତି ରୂପରେଖ ଦେଲେ, ତାହାର ଖୁଲାସା ଖୁବ ଶୀଘ୍ର କରିବ ପୁଲିସ। ଟ୍ରାଞ୍ଜିଟ୍ ରିମାଣ୍ଡରେ ଯାଇଥିବା ସୋନମଙ୍କ ସମେତ ୫ ଅଭିଯୁକ୍ତଙ୍କଠୁ କଅଣ ଓଗାଳୁଛି ଶିଲଂ ପୁଲିସ, ତା ଉପରେ ସମସ୍ତଙ୍କ ନଜର। ଇନ୍ଦୋର କ୍ରାଇମବ୍ରାଞ୍ଚ ସହ ଶିଲଂ ପୁଲିସ ଅଭିଯୁକ୍ତଙ୍କ ଘରେ ରେଡ୍ କରିଛି। ଅଭିଯୁକ୍ତ ବିଶାଳ ସିଂ ଚୌହ୍ୱାନ ଘରୁ ଘଟଣା ଦିନ ସେ ଶିଲଂ ପିନ୍ଧିକି ଯାଇଥିବା ପୋଷାକ ଜବତ କରିଛି। ତେବେ ସୋନମ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡରେ ସଂପୃକ୍ତି ସ୍ୱୀକାର କରିନି ବୋଲି କହିଛନ୍ତି ଇନ୍ଦୋର କ୍ରାଇମବ୍ରାଞ୍ଚ ଏସିପି ପୁନମଚାନ୍ଦ ଯାଦବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *