AIIMSରେ ଚାକିରି ଦେବା ନାଁରେ ଠକେଇ, ୪ ଗିରଫ

Spread the love

ଭୁବନେଶ୍ବର: AIIMS ରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରେ 4ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସାଇବର ଥାନା ପୋଲିସ. ଫେସ ବୁକରେ ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲେ ସାଇବର ଲୁଟେରା l 2.5 ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି. ସେମାନଙ୍କ ଠାରୁ ଟଙ୍କା, ଲାପଟପ, ମୋବାଇଲ, ପ୍ରି ଆକ୍ଟିଭେଟେଡ଼ ସିମ ଜବତ କରାଯାଇଛି l

ଚାକିରି କରାଇଦେବା ନାଁରେ ଠକେଇ।  ନିଜକୁ ଏମ୍ସ ହସ୍ପିଟାଲର HR ମୁଖ୍ୟ  କହି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ। ମୁଖ୍ୟ ଅଭିଯୁକ୍ତ ବାଦଲ ଦାସ ସହ ୩ ସହଯୋଗୀଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ ସୂଚନା ମୁତାବକ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଲୋକଙ୍କୁ ଯୋଗାଯୋଗ କରି ଚାକିରି ପାଇଁ ଡୋନେଶନ ମାଗୁଥିଲେ ଅଭିଯୁକ୍ତ। ମୋଟ ୨ ଲକ୍ଷ ୪୮ ହଜାରରେ ୮ ଜଣ ଆଶାୟୀଙ୍କ ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇଥିଲା ବାଦଲ। ପରେ ଟଙ୍କା ପାଇ ୮ଟି ଫେକ୍ ନିଯୁକ୍ତି ପତ୍ର ପଠାଇଥିଲାl  ନିଯୁକ୍ତି ପତ୍ର ଉପରେ ସନ୍ଦେହ ହେବାରୁ ଆଶାୟୀ ଯୁବକମାନେ ଏମ୍ସ ଯାଇ ବୁଝିବା ପରେ ସେମାନଙ୍କ ସହ ଠକେଇ ହୋଇଥିବା ଜାଣିବାକୁ ପାଇବା ପରେ  ସାଇବର ଥାନାରେ ଗତ ୨୮ ତାରିଖରେ କରିଥିଲେ ଅଭିଯୋଗ l ପରେ ସାଇବର ଥାନା ପୋଲିସ ତଦନ୍ତ କରି ଅଭିଯୁକ୍ତ ବାଦଲ ଦାସ ଓ ୩ ସହଯୋଗୀଙ୍କୁ ଗିରଫ କରିଥିବା  ବେଳେ ଠକେଇରେ ବ୍ୟବହୃତ ରୋଟେଶନ ଡକ୍ୟୁମେଣ୍ଟରେ ଥିବା କିଛି ସିମ୍ କାର୍ଡ, ବିଜ୍ଞାପନ ପତ୍ରିକା, ମୋବାଇଲ ସମେତ ୮୦ ହଜାର ଟଙ୍କା ଜବତ କରିଛି l

ଅନ୍ୟପଟେ କିନ୍ତୁ ପ୍ରତିଶୋଧ  ପାଇଁ ଏଭଳି  ଲୁଟ କରିଛି ବୋଲି କହିଛି ମୁଖ୍ୟ ଅଭିଯୁକ୍ତ ବାଦଲ l ଚାକିରି ଦେବା ନାଁ ରେ ବାଦଲକୁ  ନିଜର ଜଣେ ସାଙ୍ଗ 20 ହଜାର  ଟଙ୍କା ଠକିଥିବାରୁ  ପ୍ରତିଶୋଧ  ନେବା ପାଇଁ ପୁରା ପ୍ଲାନ କରି  ଅନୁରୂପ ଢଙ୍ଗରେ ଫସାଇଥିଲେ  ନିଜ ସାଙ୍ଗକୁ ବୋଲି କହିଛି  ବାଦଲ l

ବାରମ୍ୱାର ଚାକିରି  ଦେବା ଆଳରେ  ହେଉଛି  ଠକେଇ  l ଛୋଟ ଛୋଟ ଭୁଲ  ପାଇଁ ଲୁଟେରାମାନେ ଚଳୁ କରି ନେଉଛନ୍ତି  ଲକ୍ଷାଧିକ  ଟଙ୍କା l

 ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *