ଜେଲରେ ହେବ ୪୨୦ ଦମ୍ପତିଙ୍କ ମିଳନ

Spread the love

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ଗିରଫ ମାମଲା। ସତ୍ୟବିହାରର ବହୁତଳ ରାଜପ୍ରାସାଦ ତୁଲ୍ୟ କୋଠା ନୁହେଁ ଏବେ ଏହି ୪୨୦ ଦମ୍ପତିଙ୍କ ଠିକଣା ପାଲଟିଛି ଝାରପଡା ଜେଲ। ଉଭୟ ଦମ୍ପତିଙ୍କ ଗିରଫଦାରି ପରେ ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାର୍ଡରେ ଅଛନ୍ତି।

ତେବେ ଜେଲ ଭିତରେ ପତି ପତ୍ନୀଙ୍କ ହେବ ମିଳନ। ଜେଲ ମାନୁଆଲ ଅନୁଯାୟୀ ସପ୍ତାହର ଗୋଟିଏ ଦିନ ଉଭୟଙ୍କ ମଧ୍ୟରେ ଭେଟଘାଟର ସୁବିଧା ରହିଛି। ହେଲେ ଏହି ସାକ୍ଷାତକାର ମାତ୍ର ୧୫ ମିନିଟର ରହିବ। ରବିବାର ଉଭୟ ଉଭୟଙ୍କୁ ଦେଖାକରି ବାର୍ତ୍ତାଳାପ କରିବାର ବ୍ୟବସ୍ଥା ରହିଛି। ତେବେ ଏହି  ସାକ୍ଷାତକାର କାଳରେ ଜେଲର ମହିଳା ୱାର୍ଡର ଓ ପୁରୁଷ ୱାର୍ଡର ଉପସ୍ଥିତିରେ ରହିବେ।  

Leave a Reply

Your email address will not be published. Required fields are marked *