ବବି ହେଲେ ଓସିଏ ମୁଖ୍ୟ

Spread the love

କଟକ: ବିଜେଡିର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ନିର୍ଦ୍ବନ୍ଦ୍ବରେ ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ସଭାପତି ନିର୍ବାଚିତ ହୋଇଛନ୍ତି। ଚଳିତ ଓସିଏ ନିର୍ବାଚନରେ ସମସ୍ତ ପଦ ପାଇଁ ଜଣେ ଲେଖା ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ସମସ୍ତେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ଓସିଏ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ହୋଇଥିବା ବେଳେ ସଞ୍ଜୟ ବେହେରା ସମ୍ପାଦକ, ପଙ୍କଜ ଲୋଚନ ମହାନ୍ତି ଉପସଭାପତି, ବିକାଶ ପ୍ରଧାନ କୋଷାଧ୍ୟକ୍ଷ, ପ୍ରଭାତ ଭୋଳ ସହ ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ତେବେ ଫଳାଫଳ ଘୋଷଣା ହୋଇନଥିବା ବେଳେ ଜଣେ ଜଣେ ପ୍ରାର୍ଥୀ ଥିବାରୁ ଏହିମାନେ ହିଁ ଉପରୋକ୍ତ ପଦରେ ଆସିନ୍ନ ହେବା ସ୍ପଷ୍ଟ ହୋଇଛି। ଆସନ୍ତା ୨୮ ତାରିଖରେ ଏହାର ଔପଚାରିକ ଘୋଷଣା ହେବ।

ଏପଟେ ଓସିଏ ନିର୍ବାଚନକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ସଭାପତି ଭାବେ ନାମାଙ୍କନ ପତ୍ର ଦାଖଲକୁ ସହଜରେ ଗ୍ରହଣ କରି ପାରି ନାହିଁ ବିଜେପି । ଖେଳରେ ରାଜ୍ୟ ସରକାର ମୁଣ୍ଡ ପୁରାଇ ଖେଳ ଜଗତକୁ ଧ୍ୱଂସ କରିବାକୁ ଯୋଜନା କରୁଥିବା ବିଜେପି ଅଭିଯୋଗ ଆଣିଛି । ସେହିପରି କଂଗ୍ରେସ ମଧ୍ୟ ଏହାକୁ ସମାଲୋଚନା କରିଥିବା ବେଳେ ବିଜେଡ଼ି ରଖିଛି କଡ଼ା ଜବାବ । ଓସିଏ ପୂର୍ବରୁ ମଧ୍ୟ ରାଜନୈତିକ ଲୋକଙ୍କ ହାତକୁ ଯାଇଛି । ମୁଖ୍ୟମନ୍ତ୍ରୀ ସବୁବେଳେ କ୍ରିଡ଼ାକୁ ପ୍ରତ୍ସାହନ ଦେଇଆସିଛନ୍ତି । ଏଥର ରାଜ୍ୟରେ କ୍ରିକେଟ ତଥା ବାରବାଟିର ଉନ୍ନତି ହେବ । ବିରୋଧି ଏହାକୁ ସହି ପାରୁ ନାହାନ୍ତି ବୋଲି କହିଛି ବିଜେଡ଼ି ।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *